ETV Bharat / city

ଚିନ୍ତା ବଢାଇଲାଣି ଘୁଷୁରୀ ମଡକ - ଚିନ୍ତା ବଢାଇଲାଣି ଘୁଷୁରୀ ମଡକ

ଘୁଷୁରୀ ମଡକ ରେଶମ ସହର ବ୍ରହ୍ମପୁର ବାସିନ୍ଦାଙ୍କ ଚିନ୍ତା ବଢାଇଲାଣି । ସହରର ବିଭିନ୍ନ ୱାର୍ଡ ଅଞ୍ଚଳରେ ରହିଥିବା ପରିତ୍ୟକ୍ତ ସ୍ଥାନରୁ ବହୁ ପରିମାଣର ଘୁଷୁରୀଙ୍କ ମୃତଦେହ ମିଳୁଥିବା ବେଳେ କେଉଁ କାରଣରୁ ଏପରି ଘଟୁଛି ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ସେପଟେ ଏହି ଘଟଣାକୁ ନେଇ ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍ । ଅଧିକ ପଢନ୍ତୁ...

ଘୁଷୁରୀ ମଡକ ରେଶମ ସହର ବ୍ରହ୍ମପୁର ବାସିନ୍ଦାଙ୍କ ଚିନ୍ତା ବଢାଇଲାଣି

author img

By

Published : Feb 19, 2021, 10:22 PM IST

ବ୍ରହ୍ମପୁର: ଘୁଷୁରୀ ମଡକ ରେଶମ ସହର ବ୍ରହ୍ମପୁର ବାସିନ୍ଦାଙ୍କ ଚିନ୍ତା ବଢାଇଲାଣି । ସହରର ବିଭିନ୍ନ ୱାର୍ଡ ଅଞ୍ଚଳରେ ରହିଥିବା ପରିତ୍ୟକ୍ତ ସ୍ଥାନରୁ ବହୁ ପରିମାଣର ଘୁଷୁରୀଙ୍କ ମୃତଦେହ ମିଳୁଥିବା ବେଳେ କେଉଁ କାରଣରୁ ଏପରି ଘଟୁଛି ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ସେପଟେ ଏହି ଘଟଣାକୁ ନେଇ ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍ ।

ଘୁଷୁରୀ ମଡକ ରେଶମ ସହର ବ୍ରହ୍ମପୁର ବାସିନ୍ଦାଙ୍କ ଚିନ୍ତା ବଢାଇଲାଣି

କୋରୋନା ଭୟ ମନରୁ ଯାଇନଥିବା ବେଳେ ବ୍ରହ୍ମପୁର ସହରରେ ଘୁଷୁରୀ ମଡକ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସହରର ବିଭିନ୍ନ ପରିତ୍ୟକ୍ତ ସ୍ଥାନରୁ ଗତ କିଛି ଦିନ ମଧ୍ୟରେ ଦେଖିବାକୁ ମିଳୁଛି ବହୁ ପରିମାଣର ଘୁଷୁରୀଙ୍କ ମୃତଦେହ । ବିଶେଷ କରି ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୧ ଠାରୁ ୭ ଏବଂ ୧୯ ନଂ ଠାରୁ ୨୨ ନମ୍ୱର ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏଭଳି ଘୁଷୁରୀ ମରି ପଡୁଥିବା ଦେଖା ଯାଇଛି । ତେବେ କିଭଳି ଏବଂ କେଉଁ କାରଣରୁ ଏପରି ଘୁଷୁରି ମଡକ ହେଉଛି ତାହା ସ୍ପଷ୍ଟ ହେଉନଥିବା ବେଳେ ଦୀର୍ଘ ୧୦ ଦିନ ମଧ୍ୟରେ ବିଭିନ୍ନ ୱାର୍ଡ ଅଞ୍ଚଳରେ ପ୍ରାୟ ଚାରି ଶହରୁ ପାଞ୍ଚ ଶହ ଘୁଷୁରୀ ମୃତ୍ୟୁ ବରଣ କରିଥିବା କୁହାଯାଉଛି । ବିଶେଷ କରି ୪ ନମ୍ୱର ୱାର୍ଡ ଅଞ୍ଚଳରେ ଘୁଷୁରୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି ।

ସେପେଟ ଏଭଳି ଦୈନିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ମୃତ ଘୁଷୁରୀକୁ ବ୍ୟବଚ୍ଛେଦ କରାଯାଇ ନମୁନା ସଂଗ୍ରହ କରିଛନ୍ତି ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଓ ଲବୋରେଟୋରୀ ଟିମ୍ । ହେଲେ ସଂଗ୍ରହ ନମୁନାକୁ ପରୀକ୍ଷା ପରେ ହିଁ ଏହି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏଣୁ, ଏଭଳି ସମୟରେ ଘୁଷୁରୀ ମାଂସ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷ ମାନେ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବହୁ ପରିମାଣରେ ଘୁଷୁରୀର ମୃତ୍ୟୁ ଘଟୁଥିବାରୁ ଏହାକୁ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଚିନ୍ତାରେ ଥିବା ବେଳେ କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.