ବ୍ରହ୍ମପୁର: ସୁନା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ । ସୁନା ବ୍ୟବସାୟୀ କେ . ପ୍ରସାଦ ରାଓ ସୁବୁଦ୍ଧିଙ୍କ ଘରେ ଚଢାଉ ଜାରି ରଖିଛି ଆୟକର ବିଭାଗ । 12 ଜଣିଆ ଟିମ୍ ଚଢାଉ କରୁଛନ୍ତି ।
ସୂଚନା ଥାଉକି, ଦୁଇ ଦିନ ତଳେ କୋଲକାତା ରେଲୱେ ଷ୍ଟେସନରେ ଯାଞ୍ଚ ସମୟରେ ରଞ୍ଜିତ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୮ ଲକ୍ଷ ୧୩ ହଜାର ଟଙ୍କା ଜବତ ହୋଇଥିଲା । ତେବେ ଏହି ଟଙ୍କା ନେଇ ପଚରା ଉଚରା କରିବାରୁ ସେ ବ୍ରହ୍ମପୁରର କେ . ପ୍ରସାଦ ରାଓ ସୁବୁଦ୍ଧିଙ୍କ ସୁନା ଦୋକାନରେ କାମ କରୁଥିବା ଜଣାପଡିଥିଲା । ଏହା ପରେ ଆର୍.ପି.ଏଫ୍ ପକ୍ଷରୁ ପଶ୍ଚିମବଙ୍ଗ ଆୟକର ବିଭାଗକୁ ଏନେଇ ଅବଗତ କରାଯାଇଥିଲା । ପରେ ଆଜି(ରବିବାର) ଆୟକର ବିଭାଗ ପକ୍ଷରୁ ସୁନା ବ୍ୟବସାୟୀଙ୍କ ଘରେ ଚଢାଉ କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ