ବ୍ରହ୍ମପୁର: ଘଟିଛି ସବୁ ପ୍ରତୀକ୍ଷାର ଅନ୍ତ । ଉଦଘାଟିତ ହୋଇଛି ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ରବିବାର ବ୍ରହ୍ମପୁର ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସିଥିବାବେଳେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିସହ 42 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ।
431 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଜାନିବିଲି ପ୍ରକଳ୍ପର ସ୍ଥାୟୀ ସମାଧାନ ପାଇଁ ୨୦୧୬ ମସିହା ନଭେମ୍ବର ୩୦ରେ ଶିଳାନ୍ୟାସ କରାଯାଇଥିଲା । ଏହି ଜଳଯୋଗାଣ ମାଧ୍ୟମରେ ସହରବାସୀ ଉପକୃତ ହେବାକୁ ଥିବାବେଳେ ଜାନିବିଲିରୁ ପାଇପ ଯୋଗେ ଜଗଦଳପୁର ଗ୍ରାମର ନିର୍ମିତ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପାଣି ଯୋଗାଯିବ । ଏହାପରେ ସେଠାରେ ଜଳକୁ ବିଶୋଧନା କରାଯାଇ ସହର ସମେତ ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯିବ । ବ୍ରହ୍ମପୁରରେ ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ନେଇ ସହରବାସୀ ବେଶ ଖୁସି ଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଖୁସି ବ୍ୟକ୍ତ କରିଛନ୍ତି ।
ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ