ETV Bharat / city

ଅବକାରୀ ବିଭାଗର ଚଢାଉ: 60 ଲିଟର ଦେଶୀ ମଦ ସହ 600 କେଜି ପୋଚ ଜବତ

author img

By

Published : Oct 31, 2019, 9:43 AM IST

ଡିମ୍ବୁଳା ପଞ୍ଚାୟତର ଏକ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇଥିବା ପୋଚ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ ଡିମ୍ବୁଳା ପଞ୍ଚାୟତର ଏକ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇଥିବା ପୋଚ ଜବତ ହୋଇଛି । ଜବତ ଦେଶୀ ମଦ ଆନୁମାନିକ 60 ଲିଟର ଥିବାବେଳେ ପାଖାପାଖି 600 କିଲୋଗ୍ରାମ ମହୁଲ ପୋଚ ନଷ୍ଟ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ରହିଛି ।

illegal liquor seized by excise team
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଅବକାରୀ ବିଭାଗର ଉପନୀରିକ୍ଷକ ଅଭିରାମ ସାହୁଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶକ୍ରମେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବହୁ ପରିମାଣରେ ମଦ ତିଆରି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ପୋଚ ସହ ଦେଶୀ ମଦ କୁ ଜବତ କରାଯାଇଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡିମ୍ବୁଳା ପଞ୍ଚାୟତର ଏକ ଜଙ୍ଗଲ ପରିସରରେ ରହିଥିବା ଏହି ଦେଶୀ ମଦ ପ୍ରସ୍ତୁତ ଅଞ୍ଚଳରେ ଏହି ଟିମ୍ ଚଢାଉ କରି ଆନୁମାନିକ ୬୦୦ କିଲୋଗ୍ରାମ୍ ର ପୋଚ କୁ ନଷ୍ଟ କରିବା ସହ ୬୦ ଲିଟର ଦେଶୀ ମଦ କୁ ଜବତ କରିଥିବା ବେଳେ ଘଟଣା ସ୍ଥଳରେ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନେ ଫେରାର ହୋଇଯାଇଥିବା କୁହାଯାଇଛି । ଦିଗପହଣ୍ଡି ଅବକାରୀ ବିଭାଗର ଉପନିରୀକ୍ଷକ ଅଭିରାମ ସାହୁ ଙ୍କ ନେତୃତ୍ୱରେ ଏହି ଟିମ୍ ଚଢାଉ କରିଥିଲେ ।ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରୀ ହେଉଥିବା ଅଭିଯୋଗ ପରେ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.