ETV Bharat / city

ସ୍ୱାମୀଙ୍କ ଚିକିତ୍ସା ପାଇଁ ନାହିଁ ଅର୍ଥ, ସହାୟତା ଅପେକ୍ଷାରେ ପତ୍ନୀ

ଔଷଧ କିଣିବାକୁ ପାଖରେ ପଇସାଟି ନାହିଁ । ପଡୋଶୀଙ୍କଠାରୁ ଟଙ୍କା ଧାର କରି ସ୍ବାମୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଉନ୍ନତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଅପେକ୍ଷାରେ ସ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Feb 16, 2021, 8:07 AM IST

ସହାୟତା ଅପେକ୍ଷାରେ ପତ୍ନୀ
ସହାୟତା ଅପେକ୍ଷାରେ ପତ୍ନୀ

ବ୍ରହ୍ମପୁର: ସ୍ବାମୀଙ୍କ ଚିକିତ୍ସା ନେଇ ଏକ ପ୍ରକାର ଅସହାୟ ହୋଇପଡିଛନ୍ତି ସ୍ତ୍ରୀ। ଉନ୍ନତ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ଔଷଧ କିଣିବାକୁ ମଧ୍ୟ ପାଖରେ କାଣି କଉଡିଟିଏ ବି ନାହିଁ। ପଡୋଶୀଙ୍କଠାରୁ ଟଙ୍କା ଧାର କରି ସ୍ବାମୀଙ୍କୁ ପ୍ରଥମେ ଏମ.କେ.ସି.ଜି ମେଡିକାଲ ନେଇଥିଲେ ମାତ୍ର ସେଠାରେ ତାଙ୍କୁ କଟକ ମେଡିକାଲ ନେବାକୁ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷଙ୍କ । ଏପରି ପରିସ୍ଥିତିରେ ଉପାୟ ଶୂନ୍ୟ ହୋଇପଡିଛନ୍ତି ସ୍ତ୍ରୀ। ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳର ଲେପ୍ରୋସି କଲୋନୀରେ ରହୁଥିବା ବିଜୟ କୁମାର ପଣ୍ଡା ଏବଂ ତାଙ୍କର ପତ୍ନୀ ପ୍ରତିମା ପଣ୍ଡାଙ୍କ କଥା ।

ବିଜୟ ଜଣେ ଗାଡି ଚାଳକ ଭାବରେ କାର୍ଯ୍ୟ କରୁଥିଲେ । ସେଇଥିରୁ ଯାହା ଉପାର୍ଜନ କରୁଥିଲେ ସେଥିରେ ତାଙ୍କ ପରିବାର ବେଶ ସୁରୁଖୁରରେ ଚଳିଯାଉଥିଲା । ହେଲେ ଗତ ଡିସେମ୍ବର ମାସରେ ହଠାତ ବିଜୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲେ । ପତ୍ନୀ ପ୍ରତିମା ସ୍ବାମୀ ବିଜୟଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କ ଛାତିରେ ପାଣି ଜମିଥିବା କହିଥିଲେ ଡାକ୍ତର । ତାଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଉନ୍ନତମାନର ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲା ଡାକ୍ତରୀ ଦଳ ।

ଏହି ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ସେପଟେ ଘରର ଏକମାତ୍ର ରୋଜଗାରିଆ ଶଯ୍ୟାଶାୟୀ ହୋଇଥିବା ବେଲେ ପରିବାର ଚଳିବା କଷ୍ଟକର ହୋଇପଡିଛି । ଘର ଚଳାଇବାକୁ ପ୍ରତିମା ବ୍ରହ୍ମପୁର ସହରର ଗୋଟିଏ ସ୍ଥାନରେ କାମ ମଧ୍ୟ କରୁଛନ୍ତି । ପରିବାରର ବୋଝ ସହିତ ଦିନକୁ ଦିନ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ନେଇ ଚିନ୍ତାରେ ରହିଛନ୍ତି ପ୍ରତିମା । ସ୍ବାମୀଙ୍କ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନଥିବା ବେଳେ କଣ କରିବେ କିଛି ବୁଦ୍ଧି ବାଟ ଦିଶୁ ନଥିବା କହିଛନ୍ତି ପ୍ରତିମା।

ତେବେ ଏଭଳି ପରିସ୍ଥିତିରେ ପ୍ରତିମାଙ୍କୁ କେବଳ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । ତାଙ୍କର ଏପରି ଅସମୟରେ ତାଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ କୌଣସି ଆର୍ଥିକ ସହାୟତା ଯୋଗାଇ ଦେଲେ ସେ ତାଙ୍କ ସ୍ବାମୀଙ୍କର ଚିକିତ୍ସା କରିପାରିବା ଆଶାରେ ରହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.