ETV Bharat / city

ଗୋପାଳପୁର ବେଳାଭୂମିରେ ପ୍ରବଳ ଗହଳି, ପର୍ଯ୍ୟଟକ ମାନୁନାହାନ୍ତି କୋଭିଡ ନିୟମ - tourists do not follow the Covid rule

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମିରେ ଛୁଟି ଦିନ ଠାରୁ ଆରମ୍ଭ କରି ନିୟମିତ ଭାବରେ ଦେଖିବାକୁ ମିଳୁଛି ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ । ଆଉ ଏହି ପ୍ରବଳ ଭିଡ ମଧ୍ୟରେ ଅନେକ ଭୁଲି ଯାଉଛନ୍ତି କୋଭିଡ ନିୟମକୁ । ଅଧିକ ଖବର ପଢନ୍ତୁ...

ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ, ପର୍ଯ୍ୟଟକ ମାନୁନାହାନ୍ତି କୋଭିଡ ନିୟମ

author img

By

Published : Nov 2, 2020, 5:59 PM IST

ବ୍ରହ୍ମପୁର: ସୁ ସୁ ଗର୍ଜନ କରି ମାଡି ଆସୁଛି ସମୁଦ୍ର । ଲହଢୀ ଦେଖି ଖୁସିରେ ଆତ୍ମହରା ପର୍ଯ୍ୟଟକ । ଲାଗୁଛି ଦୀର୍ଘ ଦିନ ପରେ ଆବଦ୍ଧ ପକ୍ଷୀ ଗୁଡାକ ଯେମିତି ପିଞ୍ଜରାରୁ ମୁକ୍ତି ପାଇଛନ୍ତି । ଏହାସହ କୂଳରେ ମେଲିଯାଇଛି ଭଳିକି ଭଳି ଖାଦ୍ୟ ପସରା । ଲାଗୁଛି ଜୀବନରେ ସେ ପୂର୍ବ ଚମକ ଫେରିଆସିଛି । ଲକଡାଉନ ଓ ସଟଡାଉନ ଉଠିବା ପରେ ଲାଗୁଛି କଟକଣା ବି ହଟିଯାଇଛି । ଏ ଦୃଶ୍ୟ ବହୁତ କିଛି ବୟାନ କରୁଥିଲେ ବି ବାସ୍ତବ ସ୍ଥିତି ଓଲଟା ।

ଗୋପାଳପୁର ବେଳାଭୂମିରେ ପ୍ରବଳ ଗହଳି, ପର୍ଯ୍ୟଟକ ମାନୁନାହାନ୍ତି କୋଭିଡ ନିୟମ

କଟକଣା କୋହଳ ହୋଇଛି ହେଲେ ସଂକ୍ରମଣ କମିନି । କିନ୍ତୁ ଏଠି ଲୋକେ ସବୁକିଛି ଭୁଲି ଗଲା ପରି ମନେ ହେଉଛି । ନଚେତ୍ ସମୁଦ୍ର କୂଳରେ ଏ ଅସମ୍ଭାଳ ଭିଡ, ବିନା ସାମାଜିକ ଦୂରତା ଓ ବିନା ମାସ୍କରେ ଖୁଲମଖୁଲା ବୁଲିନଥାନ୍ତେ ଶହ ଶହ ପର୍ଯ୍ୟଟକ । ଏହା ହେଉଛି କୋରୋନା ହଟସ୍ପଟରେ ରହିଥିବା ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳା ଭୂମିର ଚିତ୍ର । ଜିଲ୍ଲାରେ ସଂଙ୍କ୍ରମଣ କମିବା ସହ ଧିରେ ଧିରେ ସ୍ଥିତି ସୁଧୁରିବାରେ ଲାଗିଥିବା ବେଳେ ପ୍ରତ୍ୟେହ ଏଠି ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ ।

ଗୋପାଳପୁରରେ ବିଭିନ୍ନ ଅଞ୍ଚଳରୁ ବହୁ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ମନୋରଞ୍ଜନ ପାଇଁ ଆସିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କିଏ ସମୁଦ୍ରରେ ବୋଟିଙ୍ଗ୍ କରିବାରେ ବ୍ୟସ୍ତ ତ ଆଉ କିଏ ବେଳାଭୂମି କଡରେ ନେଉଛନ୍ତି ସେଲଫି । ଏହାରି ମଧ୍ୟରେ ଦୀର୍ଘ ମାସ ଧରି ବେଳାଭୂମିକୁ ନେଇ ରୋଜଗାର ହରାଇଥିବା ସ୍ଥାନୀୟ ବିଭିନ୍ନ ବ୍ୟବସାୟୀ ମାନେ ପୁଣି ଥରେ ଆରମ୍ଭ କରିଛନ୍ତି ବ୍ୟବସାୟ । ଅନ୍ୟପଟେ ଅନଲକ୍ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ପକ୍ଷକୁ ଆହ୍ୱାନ କରାଯାଇଛି । ପ୍ରତ୍ୟେକ ପର୍ଯ୍ୟଟନସ୍ଥଳରେ ମାସ୍କ ପରିଧାନ କରିବା ସହ କୋରୋନା ଠାରୁ ଦୂରେଇ ରହିବା ପାଇଁ ଏହା ଅମୋଘ ଅସ୍ତ୍ର ବୋଲି କୁହାଯାଇଛି ।

ଆଗକୁ ଶୀତ ବଢିଲେ ସଂକ୍ରମଣ ବଢିବ ବୋଲି ଉଭୟ ସରକାର ଓ ବିଶେଷଞ୍ଚ ମତ ଦେଉଛନ୍ତି । ତେଣୁ ସମସ୍ତ ପର୍ଯ୍ୟଟନ କ୍ଷେତ୍ରରେ ଭିଡ ଜମିବା ପୂର୍ବରୁ ସମସ୍ତେ ସତର୍କ ରହିବା ଜରୁରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.