ETV Bharat / city

11 କେଭି ବିଦ୍ୟୁତ ତାର ଆଘାତରେ ହେଲପର ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ - ବ୍ରହ୍ମପୁର ଖବର

ବ୍ରହ୍ମପୁର ଖଲ୍ଲିକୋଟ ବିଦ୍ୟୁତ ଉପଖଣ୍ଡ ଅଧୀନସ୍ଥ ଶ୍ୟାମ ସୁନ୍ଦରପୁର ଫିଡ଼ର ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଅଘଟଣ । ୧୧ କେଭି ବିଦ୍ୟୁତ ଆଘାତରେ ଜଣେ ହେଲପରର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Helper dead on 11 kV power line
11 କେଭି ବିଦ୍ୟୁତ ତାର ଆଘାତରେ ହେଲପର ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
author img

By

Published : May 17, 2020, 12:40 AM IST

Updated : May 17, 2020, 11:53 AM IST

ବ୍ରହ୍ମପୁର: ବିଦ୍ୟୁତ ଆଘାତରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବ୍ରହ୍ମପୁର ଖଲ୍ଲିକୋଟ ବିଦ୍ୟୁତ ଉପଖଣ୍ଡ ଅଧୀନସ୍ଥ ଶ୍ୟାମ ସୁନ୍ଦରପୁର ଫିଡ଼ର ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ।

ଉକ୍ତ ଗ୍ରାମରେ ଏକ ବିଜୁଳି ଖୁଣ୍ଟ ଉପରେ ହେଲପର ସତ୍ୟ ସାହୁ ଚଢି ବ୍ରେକ ଡାଉନ କାମ ସଜାଡୁଥିଲେ । ଏହି ସମୟରେ ତାଙ୍କ ମୁଣ୍ଡ ୧୧ କେଭି ଲାଇନ ସଂସ୍ପର୍ଶରେ ଆସିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ତଳକୁ ଓଲ୍ଲାଇ ପାଣି ମାଗିବା ପରେ ଅଚେତ ହୋଇପଡିଥିଲେ । ତାଙ୍କୁ ଚିକିତ୍ସା କରିବା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ୧୦୮ ଯୋଗେ ବ୍ରହ୍ମପୁର ମେଡିକାଲକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

11 କେଭି ବିଦ୍ୟୁତ ତାର ଆଘାତରେ ହେଲପର ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସୂଚନାଯୋଗ୍ୟ, 4୦ ବର୍ଷୀୟ ସତ୍ୟ ସାହୁ ବିଦ୍ୟୁତ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବରେ ହେଲପର ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ବିଭାଗୀୟ ଅଧିକାରୀ ମାନେ କର୍ମଚାରୀ ମାନଙ୍କୁ ଆବଶ୍ୟକ ସୁରକ୍ଷା ନ ଦେବା ଫଳରେ ବାରମ୍ବାର ଏଭଳି ଦୁର୍ଘଟଣାମାନ ଘଟି ବହୁ କର୍ମଚାରୀ ମୃତାହତ ସହ ଆହାତ ହୋଇଥିବାର ନଜର ରହିଛି । ଯାହାକୁ ନେଇ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ପାଇଁ ଦାବି କରି ପାୱାର ହାଉସ ନିକଟରେ ଖଲ୍ଲିକୋଟ-ଆସ୍କା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଚକ୍ରଧର ପାଢ଼ୀ ଏବଂ ଥାନା ଅଧିକାରୀ ସତ୍ୟ ରଞ୍ଜନ ପରହମ୍ ଏବଂ ସ୍ଥାନୀୟ ବିଦ୍ୟୁତ ବିଭାଗର ଏସ୍.ଡି.ଓ ପହଞ୍ଚି ବୁଝାସୁଝା କରୁଥିବା ବେଳେ ପ୍ରତିଶୃତି ପ୍ରଦାନ କରିବାକୁ ଦାବି କରାଯାଇଛି ।

ଗତ କିଛି ମାସ ତଳେ ସନ୍ତୋଷ ନାମକ ଜଣେ ହେଲପର କାମ କରୁଥିବା ବେଳେ ଗୁରୁତର ଆହତ ହୋଇଥିଲେ । ଉଭୟ ମୃତ ସତ୍ୟ ସାହୁ ଓ ଆହତ ସନ୍ତୋଷ ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ବୋଲି ଜଣାଯାଇଛି । ମୃତ ସତ୍ୟ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାର ରହିଥିଲେ । ଯାହାକୁ ନେଇ ଉତ୍ତୋଜନା ଲାଗି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 17, 2020, 11:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.