ETV Bharat / city

ବ୍ରହ୍ମପୁରରେ ପୁଣି ଘରକୁ ଘର ବୁଲି ହେବ ସ୍ବାସ୍ଥ୍ୟ ପରୀକ୍ଷା: କମିଶନର

ସଂକ୍ରମଣ ରୋକିବାକୁ ତତ୍ପର ବ୍ରହ୍ମପୁର ମହାନଗର ନିଗମ । ପୁଣି ଥରେ ସହରରେ ଆରମ୍ଭ ହେବ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା । ଅଧିକ ପଢନ୍ତୁ....

health check up start again in berhampur
ପୁଣି ଘରକୁ ଘର ବୁଲ୍ଲି ଆରମ୍ଭ ହେବ ସ୍ୱାସ୍ଥ ପରୀକ୍ଷା :କମିଶନର
author img

By

Published : Oct 11, 2020, 7:25 AM IST

ବ୍ରହ୍ମପୁର: ସହରରେ ପୁଣି ଘରକୁ ଘର ବୁଲି ଆରମ୍ଭ ହେବ ସ୍ବାସ୍ଥ୍ୟ ପରୀକ୍ଷା । କୋରୋନାର ସତର୍କତା ସ୍ବରୂପ ଏପରି ପଦକ୍ଷେପ ନିଆଯାଉଛି । ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବିଭିନ୍ନ ରୋଗରେ ଆକ୍ରାନ୍ତ ରହିଥିବା ବ୍ୟକ୍ତିବିଶେଷଙ୍କର ସ୍ବାସ୍ଥ ପରୀକ୍ଷା ମଧ୍ୟ କରାଯିବା । ଏହାସହ ସାଧାରଣ ବ୍ୟକ୍ତି ବିଶେଷଙ୍କ ଶରୀରରେ ଅକ୍ସିଜେନ ସ୍ତର କିଭଳି ରହିଛି , ତାପମାତ୍ରା କେତେ ରହିଛି ତାହାକୁ ଯାଞ୍ଚ କରାଯିବ । ଏହାସହ କେଉଁ କେଉଁ ବ୍ୟକ୍ତିବିଶେଷଙ୍କ କୋରୋନାର ଲକ୍ଷଣ ରହିଛି ତାହାକୁ ପୁଣି ଥରେ ଅନୁଧ୍ୟାନ କରିବ ଏହି ଟିମ । ଏପରିକି କୈଣସି ଲକ୍ଷଣ ରହିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କଲେ ସେମାନଙ୍କ ପରୀକ୍ଷା କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମର କମିଶନର କହିଛନ୍ତି ।

ପୁଣି ଘରକୁ ଘର ବୁଲ୍ଲି ଆରମ୍ଭ ହେବ ସ୍ୱାସ୍ଥ ପରୀକ୍ଷା :କମିଶନର

ଆଗକୁ ପାର୍ବଣ ଆସୁଥିବାରୁ ସମସ୍ତେ ଏନେଇ ସତର୍କ ରହିବା ସହିତ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବାକୁ କହିଛନ୍ତି ମହାନଗର ନିଗମ କମିଶନର । ଘରେ ରହିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଆବଶ୍ୟକ ପଡିଲେ ବାହାରେ ରହିଥିବା ହୋଟେଲରେ ଭିଡ ନକରି ହୋଟେଲରୁ ପାରସଲ ନେଇଯିବା ପାଇଁ କହିଛନ୍ତି । ଏହି ସମସ୍ତ କାର୍ଯ୍ୟରେ ସହରବାସୀଙ୍କୁ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.