ETV Bharat / city

କ୍ୱାରେଣ୍ଟାଇନ୍ ସେଣ୍ଟରରେ ସ୍ବାଦିଷ୍ଠ ଖାଦ୍ୟ; ‘ଏବେ 21 ଦିନ କଣ ମାସେ କହିଲେ ବି ରହିବୁ’ - କୋରୋନା ଭାଇରସ ଖବର

କ୍ବାରେଣ୍ଟାଇନ୍ ସେଣ୍ଟରରେ ସୁସ୍ବାଦିଷ୍ଠ ଖାଦ୍ୟକୁ ନେଇ ଖୁସ୍ ପ୍ରବାସୀ ଓଡିଆ । ଏଭଳି ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ କିଭଳି ଦୈନିକ ଜୀବନଚର୍ଯ୍ୟା ଉପରେ ଟୁଇଟ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

happy-of-prabasi-odia-for-delicious-food-from-quarantine-center
କ୍ୱରେଣ୍ଟାଇନ୍ ସେଣ୍ଟରର ସ୍ବାଦିଷ୍ଠ ଖାଦ୍ୟକୁ ନେଇ ଖୁସ୍ ପ୍ରବାସୀ ଓଡିଆ
author img

By

Published : May 11, 2020, 5:29 PM IST

Updated : May 11, 2020, 5:36 PM IST

ବ୍ରହ୍ମପୁର: କ୍ବାରେଣ୍ଟାଇନ୍ ସେଣ୍ଟରରେ ସୁସ୍ବାଦିଷ୍ଠ ଖାଦ୍ୟକୁ ନେଇ ଖୁସ୍ ପ୍ରବାସୀ ଓଡିଆ । ଏଭଳି ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ କିଭଳି ଦୈନିକ ଜୀବନଚର୍ଯ୍ୟା ଉପରେ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ।

କ୍ୱରେଣ୍ଟାଇନ୍ ସେଣ୍ଟରର ସ୍ବାଦିଷ୍ଠ ଖାଦ୍ୟକୁ ନେଇ ଖୁସ୍ ପ୍ରବାସୀ ଓଡିଆ

ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଏକ କ୍ବାରେଣ୍ଟାଇନ କେନ୍ଦ୍ରରେ ପ୍ରଦାନ କରାଯାଇଥିବା ଖାଦ୍ୟରେ ଚିକେନ ସହିତ ବହଳିଆ ଡାଲି ସହିତ ଭାତ ଦିଆଯାଉଥିବାରୁ ଏଭଳି ବ୍ୟବସ୍ଥା କରାଗଲେ ୨୧ ଦିନ କଣ ଏକ ମାସ ରହିଲେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଭାଇରାଲ ହୋଇଥିବା ଭିଡିଓରେ କହିଛନ୍ତି ପ୍ରବାସୀ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ କିଭଳି ଦୈନିକ ଜୀବନଚର୍ଯ୍ୟା ରହିବ ତାହାର ତାଲିକା ପ୍ରକାଶ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । କ୍ବାରେଣ୍ଟାଇନ୍ କେନ୍ଦ୍ରର ନିୟମିତ ଭାବରେ ସକାଳୁ ଉଠି ନିତ୍ୟକର୍ମ ଶେଷ ପରେ ସକାଳୁ ଶାରୀରିକ ବ୍ୟାୟାମ ଓ ଯୋଗର ଅଭ୍ୟାସ କରିବା ସହ ପରେ ଜଳପାନ କରିବେ ।

happy-of-prabasi-odia-for-delicious-food-from-quarantine-center
ଟ୍ବୀଟର ସୌଜନ୍ୟ @Ganjam_Admin

କ୍ବାରେଣ୍ଟାଇନ୍ କେନ୍ଦ୍ରରେ କୋଭିଡ 19 ସଂପର୍କରେ ଏକ ସ୍ବତନ୍ତ୍ର ଶିକ୍ଷା ଦିଆଯିବ ଯେଉଁଥିରେ ଏହି ଅବଧି ଶେଷ ପରେ ସେମାନେ କୋଭିଡ କମୁନିଟି ସ୍ବାସ୍ଥ କର୍ମୀ ଭାବରେ କାର୍ଯ୍ୟ କରିପାରିବେ । ଏହା ପରେ ସେଠାରୁ ମଧ୍ୟାହ୍ନ ଭୋଜନ କରିବେ । ପରେ କ୍ବାରେଣ୍ଟାଇନ୍ କେନ୍ଦ୍ର ପରିସରରେ ସଫାସୁତରା, ବୃକ୍ଷ ରୋପଣ କରିବା ସହ ରାତ୍ର ଭୋଜନ କରି ଶେଷରେ ମ୍ୟୁଜିକ ବ୍ୟବସ୍ଥା ରହିଥିବା ନେଇ ଉଲ୍ଲେଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 11, 2020, 5:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.