ETV Bharat / city

ଗୋପାଳପୁରରେ ଭାରୀଯାନ ଚଳାଚଳକୁ ବିରୋଧ - strike

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଏବଂ ଭାରତୀୟ ବିରଳ ମୂର୍ତ୍ତିକା କାରଖାନା ପରିସରରେ ଭାରୀଯାନ ଚଳାଚଳକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀଙ୍କ ଆନ୍ଦୋଳନ କରିଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ଟ୍ରକ ଚଳାଚଳ ବନ୍ଦ ରହିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 17, 2019, 9:36 AM IST

ବ୍ରହ୍ମପୁର: ଗୋପାଳପୁରରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଟ୍ରକ ଚଳାଚଳ ବନ୍ଦ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଏବଂ ଭାରତୀୟ ବିରଳ ମୂର୍ତ୍ତିକା କାରଖାନା ପରିସରରେ ଶହ ଶହ ଟ୍ରକ ଚଳାଚଳକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଏହି ବନ୍ଦ ଡାକରା ଦେଇଛନ୍ତି । ଯାହା ଫଳରେ 3-4 ଦିନ ଧରି ଏହି ଦୁଇ ପ୍ରମୁଖ ସ୍ଥାନକୁ ଯିବା ପାଇଁ ୧୬ ନମ୍ବର ଜାତୀୟ ରାଜପଥର ହୁମ୍ମା ଠାରୁ ଚମାଖଣ୍ଡି ପର୍ଯ୍ୟନ୍ତ ଶହଶହ ଟ୍ରକ ଅଟକି ରହିଥିବା ବେଳେ ଏକ ପ୍ରକାର ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ମୂତାବକ, ଗୋପାଳପୁର ବନ୍ଦର ଏବଂ ଭାରତୀୟ ବିରଳ ମୂର୍ତ୍ତିକା କାରଖାନା ପରିସରରେ ଶହଶହ ଟ୍ରକ ଯିବାଆସିବା କରୁଛି । ଯାହାଫଳରେ ରାସ୍ତା ଖରାପ ହେବା ସହ ଛୋଟ ଛୋଟ ପିଲାମାନଙ୍କ ଯିବାଆସିବାରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଗତ 3-4 ଦିନ ହେବ ଟ୍ରକ ଚଳାଚଳ ବନ୍ଦ ରଖିଛନ୍ତି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରିନାହିଁ ।

ଏପଟେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକରେ ଗ୍ରାମବାସୀଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବା ସହ ଗୋପାଳପୁର ବନ୍ଦର ପରିସରକୁ ଯିବା ପାଇଁ ଟ୍ରକ ଓ ଭାରୀଯାନ ଗୁଡିକୁ ରାତ୍ର ସମୟରେ ଯାତାୟତ କରିବା ଉପରେ ଆଲୋଚନା କରାଯାଇଥିଲା ।

ଏଥିସହ ଭାରୀଯାନ ଚଳାଚଳ ଯୋଗୁଁ ଖରାପ ହୋଇ ରହିଥିବା ରାସ୍ତା କାର୍ଯ୍ୟର ଅନୁଧ୍ୟାନ କରାଯିବା ସହ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ତେବେ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ପୁଣି ଏହା ଉପରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.