ETV Bharat / city

ଗୋପାଳପୁର ବେଳାଭୂମି ସଫେଇ କଲା ଟିମ କ୍ଲିନ ସିଟି - ଗୋପାଳପୁର ବେଳାଭୂମିରେ ସଫେଇ କଲା ଟିମ କ୍ଲିନ ସିଟି

ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୋପାଳପୁର ବେଳାଭୂମିକୁ ସଫେଇ କରିଛନ୍ତି । ଅଧିକ ପଢନ୍ତୁ...

ଗୋପାଳପୁର ବେଳାଭୂମିରେ ସଫେଇ କଲା ଟିମ କ୍ଲିନ ସିଟି

author img

By

Published : Dec 14, 2020, 8:38 AM IST

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୋପାଳପୁର ବେଳାଭୂମିରେ ସଫେଇ କରିଛନ୍ତି ଟିମ କ୍ଲିନ ସିଟିର ସଦସ୍ୟମାନେ । ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ଏଭଳି କାର୍ଯ୍ୟ କରାଯାଇଥିଲା ।

କୋରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ନିୟମିତ ସେବା କାର୍ଯ୍ୟକୁ ସାପ୍ତାହିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖିଥିବା ଏହି ସଙ୍ଗଠନ ସହରର ବିଭିନ୍ନ ଛକରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ସଫେଇ କରିଥିଲେ । ରବିବାର ଟିମର ସଦସ୍ୟମାନେ ଗୋପାଳପୁରରେ ରହିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରିବା ସହିତ ସମୁଦ୍ର କୂଳକୁ ସଫେଇ କରାଯାଇଥିଲା ।

ଉଭୟ କାର୍ଯ୍ୟରେ ଟିମର ସମସ୍ତ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ। ଟିମ କ୍ଲିନ ସିଟିର ନିରବିଛିନ୍ନ ଭାବେ ଏଭଳି ସାମାଜିକ କାର୍ଯ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.