ETV Bharat / city

ଫନି ତାଣ୍ଡବ ପରେ ବି ଅକ୍ଷୟ ତୃତୀୟାରେ ଜମିଲା ସୁନା କିଣା - akhaya trutiya

ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମପୁରର ସୁନା ଦୋକାନରେ ଆଜି ଦିନ ତମାମ ଲାଗିରହିଥିଲା ଗ୍ରାହକଙ୍କ ଭିଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 7, 2019, 10:32 PM IST

Updated : May 8, 2019, 10:57 AM IST

ବ୍ରହ୍ମପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ ଆଜିର ଦିନଟି ଗୁରୁତ୍ଵପର୍ଣ୍ଣ । ଏହି ଦିନରେ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା ଅକ୍ଷୁର୍ଣ୍ଣ ରହିଥାଏ ବୋଲି ବିଶ୍ବାସ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ଧନତେରସ ପରେ ଅକ୍ଷୟ ତୃତୀୟାରେ ସୁନା କିଣିଲେ ଭଲ ବୋଲି ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି । ଏହି କ୍ରମରେ ବ୍ରହ୍ମପୁରର ସୁନା ଦୋକାନରେ ଆଜି ଦିନ ତମାମ ଲାଗିରହିଥିଲା ଗ୍ରାହକଙ୍କ ଭିଡ ।

ଏହି ପବିତ୍ର ଦିନରେ ଗ୍ରାହକ ମାନେ ସୁନା ଏବଂ ମୂଲ୍ୟବାନ ଧାତୁ କିଣିଥାନ୍ତି । ଖାସ କରି ସୁନା ଓ ମୁଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 8, 2019, 10:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.