ETV Bharat / city

ଆସନ୍ତା ଜାନୁଆରୀରେ ବାଲ୍ୟବିବାହ ମୁକ୍ତ ଜିଲ୍ଲା ହେବ ଗଞ୍ଜାମ ! - ganjam child marriage free district

ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ ଗଞ୍ଜାମ । ସୂଚନାପ୍ରଦାନକାରୀଙ୍କୁ କରାଯିବ ସମ୍ମାନୀତ । ଜିଲ୍ଲାରେ ଜଣେ ବି ନାବାଳିକା ବିବାହ କରିବେ ନାହିଁ । ଆସନ୍ତା ଜାନୁଆରୀ ମାସରେ ବାଲ୍ୟବିବାହ (child marriage free district) ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାକୁ ଘୋଷଣା କରାଯିବ । ଅଧିକ ପଢନ୍ତୁ

ବାଲ୍ୟବିବାହ ମୁକ୍ତ ଜିଲ୍ଲା ହେବ ଗଞ୍ଜାମ
ବାଲ୍ୟବିବାହ ମୁକ୍ତ ଜିଲ୍ଲା ହେବ ଗଞ୍ଜାମ
author img

By

Published : Dec 15, 2021, 9:44 AM IST

ବ୍ରହ୍ମପୁର: ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ ଗଞ୍ଜାମ । ସୂଚନାପ୍ରଦାନକାରୀଙ୍କୁ କରାଯିବ ସମ୍ମାନୀତ। ଜିଲ୍ଲାରେ ଜଣେ ବି ନାବାଳିକା ବିବାହ କରିବେ ନାହିଁ । ଆସନ୍ତା ଜାନୁୟାରୀ ମାସରେ ବାଲ୍ୟବିବାହ (child marriage) ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାକୁ ଘୋଷଣା କରାଯିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବାଲ୍ୟ ବିବାହ ନେଇ ସୂଚନା ପ୍ରଦାନକାରୀଙ୍କୁ ଜିଲ୍ଲାପାଳ ନିଜେ ସମ୍ମାନିତ କରିବେ ବୋଲି ଜଣାପଡିଛି । ଆୟୋଜିତ ଭିଡିଓ କନଫରେନ୍ସ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଏହି ସୂଚନା ଦେଇଛନ୍ତି ।

ବାଲ୍ୟବିବାହ ମୁକ୍ତ ଜିଲ୍ଲା ହେବ ଗଞ୍ଜାମ
ବାଲ୍ୟବିବାହ ମୁକ୍ତ ଜିଲ୍ଲା ହେବ ଗଞ୍ଜାମ

ଆୟୋଜିତ ବୈଠକରେ ଲିଙ୍ଗ ଅନୁପାତ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ୨୦୧୫-୧୬ ଆର୍ଥିକ ବର୍ଷର ଗଣନା ଅନୁସାରେ ଲିଙ୍ଗଗତ ଜନ୍ମ ପ୍ରତି ହଜାର ପୁରୁଷରେ 801ରେ ଥିଲା । ଗତ ୨୦୨୦-୨୧ ରିପୋର୍ଟ ଅନୁଯାୟୀ ଏହା ବୃଦ୍ଧି ଘଟି 855କୁ ବୃଦ୍ଧି ହୋଇଛି । ଯାହାକି, ରାଜ୍ୟରେ ଶ୍ରେଷ୍ଠ ଅଟେ । ଏ ନେଇ ଆୟୋଜିତ ଭିଡିଓ କନଫରେନ୍ସିଂ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ମୋ ଗେହ୍ଲା ଝିଅ ଓ ନିର୍ଭୟ କଢି କାର୍ଯ୍ୟର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ।

13909200
13909200

ଶିଶୁ ଓ ମହିଳା ବିକାଶ ଯୋଜନା ଅଧିକାରୀ ଗଣ କ୍ଷେତ୍ର ପରିଦର୍ଶନ ସମୟରେ ଝିଅମାନଙ୍କ ସହିତ ବୈଠକ କରି ସେମାନଙ୍କୁ ସଚେତନ କରାନ୍ତୁ । ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଶତକଡା ୨୯ ପ୍ରତିଶତ ବାଲ୍ୟବିବାହ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ନିର୍ଭୟା କଢି କାର୍ଯ୍ୟର ସଫଳ ରୂପାୟନ ହେବା ପରେ ସଂପୃକ୍ତି ହୋଇଥିବା ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ୫ ଅନୁସାରେ ଏହା ୨୧ ପଏଣ୍ଟକୁ ଖସି ଆସିଛି । ଯାହାକି ଜିଲ୍ଲା ପାଇଁ ଏକ ଭଲ ଖବର। ଉପଜିଲ୍ଲାପାଳ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରମୁଖ ପ୍ରତି ମାସରେ ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଉନ୍ନତିର ସମୀକ୍ଷା କରନ୍ତୁ । ଯେଉଁଠାରେ ବାଲ୍ୟ ବିବାହ ହେଉଥିବା ଜଣାଗଲେ ସ୍ଥାନୀୟ ଅଧିକାରୀଙ୍କୁ ଦାୟୀ କରାଯିବ । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ହେଉଛି ସେହି ସମୟରେ ଜିଲ୍ଲା ପ୍ରଶାସନର ସହାୟତା ନେଇ ସର୍ଭେ କରାଗଲେ ସଠିକ୍ ସର୍ଭେ ହୋଇପାରିବ । ଫଳରେ ରିପୋର୍ଟରେ ଯେଉଁ ତାଳମେଳ ରହୁଛି ତାହା ଦୂର ହେବ ।

ଏ ନେଇ ସମ୍ପୃକ୍ତ କେନ୍ଦ୍ରୀୟ ବିଭାଗକୁ ପତ୍ର ଦ୍ବାରା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜାନୁୟାରୀ ମାସରେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାକୁ ଘୋଷଣା କରାଯିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବାଲ୍ୟ ବିବାହ ନେଇ ସୂଚନା ପ୍ରଦାନକାରୀଙ୍କୁ ଜିଲ୍ଲାପାଳ ନିଜେ ସମ୍ମାନିତ କରିବେ ବୋଲି ଜଣାପଡିଛି । ଏହାବାଦ ଭତ୍ତା ଏବଂ ରାସନ କାର୍ଡ ପାଇଁ କୌଣସି ବ୍ୟକ୍ତି ଯେପରି ଜିଲ୍ଲା କାର୍ଯ୍ୟାଳୟକୁ ଆସିବେ ନାହିଁ ସେମାନେ ସେମାନଙ୍କ ଅଞ୍ଚଳରେ ସେହି ସବୁ ସୁବିଧା ପାଇବେ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଶ୍ବେତ ସାହୁ, ଓରମାସର ସିଇଓ ଡଃ.ଜ୍ୟୋତି ପ୍ରକାଶ ମହାନ୍ତି ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପ୍ରକାଶ ଥାଉ କି, ଏକ ରିପୋର୍ଟ ଅନୁସାରେ ଜଣାପଡିଛି ସଚେତନତା ପରେ ବି ରାଜ୍ୟରେ ୨୦ ପ୍ରତିଶତ ଉପରେ ରହିଛି ବାଲ୍ୟବିବାହ । ୬ ଜିଲ୍ଲାରେ ଜାତୀୟ ହାରଠୁ ଅଧିକ ରହିଛି । ସହର ଗୁଡିକରେ ୧୪.୫ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ୨୧.୭ ପ୍ରତିଶତ ରହିଛି । ୩୯.୪ ପ୍ରତିଶତ ସହ ସବୁଠୁ ଆଗରେ ରହିଛି ନବରଙ୍ଗପୁର ଜିଲ୍ଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.