ETV Bharat / city

ନିୟମକୁ ହେୟଜ୍ଞାନ, ବିନା ସିଟବେଲ୍ଟରେ ବୁଲୁଛନ୍ତି ପରିବହନ ଅଧିକାରୀ - ନିୟମକୁ ହେୟଜ୍ଞାନ

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ନିୟମ ଭାଙ୍ଗିଲେ ଚାଳକଙ୍କୁ 10ଗୁଣା ତଣ୍ଡ ଗଣିବାକୁ ପଡୁଛି । ହେଲେ ଏପଟେ ଗଞ୍ଜାମର ଜଣେ ସରକାରୀ ଅଧିକାରୀ ନିୟମକୁ ହେୟଜ୍ଞାନ କରି ଡିଆଁ ମାରୁଥିବା ଭିଡିଓ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 9, 2019, 9:16 AM IST

ବ୍ରହ୍ମପୁର: ସରକାର ଲାଗୁ କରିଥିବା ଟ୍ରାଫିକ ନିୟମକୁ ମାନୁନାହାଁନ୍ତି ଖୋଦ ସରକାରୀ ବାବୁ । ଆଇନକୁ ଖାତିର ନ କରି ଗଞ୍ଜାମ ଜିଲ୍ଲାରେ ଜଣେ ପରିବହନ ବିଭାଗର ଅଧିକାରୀ ଓ ତାଙ୍କ ଡ୍ରାଇଭର ବିନା ସିଟବେଲ୍ଟରେ ଗାଡିରେ ଯିବା ଦେଖିବାକୁ ମିଳିଛି । ଏ ନେଇ ପ୍ରତିବାଦ ପରେ ବି କଥାକୁ ଟାଳି ଚାଲିଯାଇଛନ୍ତି ଅଧିକାରୀ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବ୍ରହ୍ମପୁର

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଚାରିଆଡେ ଧରପଗଡ । ନିୟମ ଭାଙ୍ଗିଲେ 10ଗୁଣା ତଣ୍ଡ ଗଣିବାକୁ ପଡୁଛି ଚାଳକଙ୍କୁ । ହେଲେ ଏପଟେ ପରିବହନ ବିଭାଗର ଅଧିକାରୀ ହୋଇ ବି ଏହି ବାବୁଜଣଙ୍କ ନିୟମକୁ ହେୟଜ୍ଞାନ କରି ଡିଆଁ ମାରୁଛନ୍ତି ।

ଜାତୀୟ ରାଜପଥ ପାର୍ଶ୍ବରେ ଗାଡି ଯାଞ୍ଚ କରି ଫେରୁଥିବା ଏହି ଅଧିକାରୀ ଓ ତାଙ୍କ ଗାଡି ଚାଳକ ବିନା ସିଟବେଲ୍ଟରେ ଯାତ୍ରା କରୁଥିଲେ । ଏ ନେଇ ସାଧାରଣ ଲୋକ ଗାଡିକୁ ଅଟକାଇ ପ୍ରଶ୍ନ କରିଥିଲେ । ଲୋକଙ୍କ କହିବା ପରେ ଡ୍ରାଇଭର ବେଲ୍ଟକୁ ବାନ୍ଧିଥିଲେ ମଧ୍ୟ ଖୋଦ୍ ଅଧିକାରୀ ନ ଶୁଣିଲା ଭଳି ଚାଲିଯାଇଥିଲେ । ତେବେ ଜଣେ ଅଧିକାରୀଙ୍କ ଏପରି ଖୁଲମଖୁଲା ନିୟମକୁ ଉଲଙ୍ଘନ ଆଇନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସରକାର ଙ୍କ ନୂତନ ଟ୍ରାଫିକ ନିୟମକୁ ନେଇ ସବୁଠି ଚର୍ଚ୍ଚା । ଏଭଳି ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି କୁହାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଖୁଲମଖୁଲା ଭାବରେ ଜଣେ ପରିବହନ ବିଭାଗର ଅଧିକାରୀ ଉଲ୍ଲଘ୍ନଂନ କରିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହାର ଭିଡିଓ । ଜାତୀୟ ରାଜପଥ ପାର୍ଶ୍ୱରେ ଗାଡି ଯାଜ୍ଞ କରି ଫେରୁଥିବା ଏହି ଅଧିକାରୀଙ୍କ ଗାଡିର ଚାଳକ ନିଜେ ସିଟ୍ ବ୍ୟାଲେଟ୍ ବାନ୍ଧିନଥିବା ବେଳେ ଖୋଦ୍ ଅଧିକାରୀ ଜଣଙ୍କ ମଧ୍ୟ ଏହି ବ୍ୟାଲେଟ୍ କାହିଁକି ବାନ୍ଧିନାହାନ୍ତି ତାହାକୁ ସାଧାରଣ ଲୋକେ ଗାଡିକୁ ଅଟକାଇ ପ୍ରଶ୍ନ କରୁଥିବାର ଭିଡିଓ କୁ ନେଇ ସବୁଠି ଚର୍ଚ୍ଚା । ସାଧାରଣ ଲୋକଙ୍କ ଠାରୁ ଟ୍ରାଫିକ ନିୟମ ଉଲ୍ଲଘ୍ନଂନ ନେଇ ବହୁ ମାତ୍ରାରେ ଜୋରିମାନା ଆଦାୟ କରୁଥିବା ଅଧିକାରୀ ମାନଙ୍କ ପାଇଁ କଣ ନିୟମ ନାହିଁକି ବୋଲି ପ୍ରଶ୍ନ କରିଥିବା ବେଳେ ଲୋକଙ୍କ କହିବା ପରେ ଅଧିକାରୀ ଙ୍କ ଡ୍ରାଇଭର ବେଲଟ କୁ ବାନ୍ଧିଥିଲେ ମଧ୍ୟ ଖୋଦ୍ ଅଧିକାରୀ ହେୟଜ୍ଞାନ କରି ଚାଲିଯାଇଥିବା ଭିଜୁଆଲରେ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଠାରୁ ବହୁ ମାତ୍ରାରେ ଜୋରିମାନା ଆଦାୟ ପରେ ଦିନକୁ ଦିନ ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖିବାକୁ ମିଳୁଛି ଚାପା ଉତ୍ତୋଜନା ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ କୁ ଭି.ଓ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.