ETV Bharat / city

ବାତ୍ୟା ମୁକାବିଲା: ୪-୫ ଦିନ ଯାଏଁ ସଦର ମହକୁମାରେ ରହିବେ ସରକାରୀ କର୍ମଚାରୀ

author img

By

Published : Sep 26, 2021, 9:03 AM IST

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି । ଆଗାମୀ ଚାରି ପାଞ୍ଚ ଦିନ ଯାଏଁ ନିଜ ସଦର ମହକୁମା ଛାଡିବେ ନାହିଁ ସରକାରୀ କର୍ମଚାରୀ । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ । ଅଧିକ ପଢନ୍ତୁ...

୪-୫ ଦିନ ଯାଏଁ ସଦର ମହକୁମାରେ ରହିବେ ସରକାରୀ କର୍ମଚାରୀ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ

ବ୍ରହ୍ମପୁର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ ଉପକୂଳ ଆଡକୁ ମାଡି ଆସୁଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ପୂର୍ବ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ବ୍ୟବସ୍ଥା କରାଯାଇ ବାତ୍ୟାର ପୂର୍ବ ଓ ପରବର୍ତ୍ତୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିଡିଓ କନଫେରନ୍ସିଂ ବୈଠକରେ ଏ ଦିଗରେ ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକରୁ ଅତ୍ୟଧିକ ବର୍ଷା ହେବା ସହିତ ପବନର ବେଗ ୭୦ ରୁ ୯୦ ମଧ୍ୟରେ ରହିବାର ସମ୍ଭାବନା ଯୋଗୁଁ ଗଞ୍ଜାମକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୨୬ ଏବଂ ୨୭ ତାରିଖରେ ବାତ୍ୟା ଗୁଲାବ୍‌ (GUL-AAB) ର ପ୍ରଭାବ ରହିବ ।

ପୂର୍ବ ବର୍ଷାରେ ଭୂମିର ଜଳସ୍ତର ସମ୍ପୂର୍ଣ୍ଣ ହୋଇଥିବା ହେତୁ ଭୂମିକୁ ଜଳ ପ୍ରବେଶ ନ କରିପାରି ବନ୍ୟାର ସ୍ଥିତି ଦେଖାଯିବାର ସମ୍ଭାବନା ରହିଛି । ବିଶେଷକରି ସ୍ଥାନେ ସ୍ଥାନେ ଖାଲୁଆ ଅଞ୍ଚଳଗୁଡିକରେ ଜଳମଗ୍ନ ହୋଇରହିବ । କଚ୍ଚା ରୋଡ୍, କଚ୍ଚା ଘର ବା କଚ୍ଚା କାନ୍ଥ ଧସିଯିବା ସମ୍ଭାବନା ରହିଛି । ଅଣ୍ଡର ପାସ୍ ରାସ୍ତାରେ ଜଳମଗ୍ନ ହୋଇ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବ । ନଦୀର ଜଳ ସ୍ତର ବୃଦ୍ଧି ହୋଇ ବନ୍ୟା ସ୍ଥିତି ଦେଖାଯିବ । ଧାନଚାଷ ସମେତ ପନିପରିବା ଚାଷ ଜମିରେ ଜଳ ମଗ୍ନ ଓ ବାଲିଚର ମାଡିବାର ସମ୍ଭାବନା ରହିଛି । ଏ ସମସ୍ତ କାରଣ ଯୋଗୁଁ ପ୍ରଶାସନକୁ ପୂର୍ବ ପ୍ରସ୍ତୁତି କରିବା ସହିତ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଅବଗତ କରାଇବା ସହିତ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଆଗାମୀ ୪/୫ ଦିନ ପର୍ଯ୍ୟନ୍ତ ନିଜ ନିଜର ସଦର ମହକୁମାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାସ୍ତରରୁ ଆରମ୍ଭ କରି ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ତାର ଯୋଗଯୋଗ ନମ୍ବର ଜାରି କରାଯିବାକୁ କୁହାଯାଇଛି । ଶତକଡା ୧୦୦ ପ୍ରତିଶତ ବର୍ଷା ହେବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ କରି ରଖିବାକୁ କୁହାଯାଇଛି । ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ନିଜ ଅଞ୍ଚଳର ସୁରକ୍ଷା ଦିଗରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ନଦୀ ଓ ପୋଖରୀରେ ଜଳ ସ୍ତର ବୃଦ୍ଧି ହେବା ହେତୁ ସେଥିରେ ସ୍ନାନ କରିବା ନିମନ୍ତେ ଜନ ସାଧାରଣଙ୍କୁ ବାରଣ କରାଯାଇଛି । ଏନେଇ ବିଡିଓମାନେ ନିଜ ନିଜ ଅଞ୍ଚଳର ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ ଦ୍ବାରା ସଚେତନତା ଏବଂ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ବିପଦସଙ୍କୁଳ ଅବସ୍ଥାରେ ରହିଥିବା ରାସ୍ତାଘାଟ, କୋଠାବାଡି, ମାଟିଘର, ଚାଳଘର ଗୁଡିକ ଚିହ୍ନଟ କରି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟମାନଙ୍କରେ ସ୍ଥାନାନ୍ତର କରି ସେମାନଙ୍କର ରହିବା, ଖାଇବା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ତଳିଆ ଏବଂ ବିପଦ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନ କିମ୍ବା ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବାତ୍ୟା ବନ୍ୟା ଓ ରୋଗରୁ ସୁରକ୍ଷା ପାଇଁ ଔଷଧ ଓ ହାଲୋଜେନ୍ ବଟିକା ପୂର୍ବ ପ୍ରସ୍ତୁତି କରି ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଚୁଡା ଓ ଗୁଡ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ସକାଶେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଅଭିଜ୍ଞତାକୁ ଆଧାର କରି ଜଳମଗ୍ନ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ପାଇଁ ରବର ବୋଟର ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଶୁ ସମ୍ପଦର ସୁରକ୍ଷା ସକାଶେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ନେଇ ଜଣାଇବାକୁ କୁହାଯାଇଛି । ଡ୍ୟାମ୍, ନଦୀଗୁଡିକର ଜଳ ସ୍ତର ପ୍ରତି ଦୃଷ୍ଟି ରଖି ଏହାର ପରିଚାଳନା ନେଇ କାର୍ଯ୍ୟ ଖସଡା ଦିଗରେ ପୂର୍ବ ପ୍ରସ୍ତୁତି କରିବାକୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରମର୍ଶ ଦିଆଯାଇଛି ।

କିପରି ଜିଲ୍ଲାର କୌଣସି ଜନଜୀବନ କ୍ଷୟକ୍ଷତି ହେବ ନାହିଁ ଏବଂ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ଭିଡିଓ କନଫେରନ୍ସ ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲାଇନ୍ ବିଭାଗୀୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.