ବ୍ରହ୍ମପୁର : ରାଜ୍ୟରେ ବଢୁଛି ସଂକ୍ରମଣ । କୋରୋନାକୁ ମାତ ଦେବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସଂକ୍ରମଣର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ସ୍ଥିତିରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଉଛି । ବ୍ରହ୍ମପୁର ସହରର ଏମକେସିଜି ମେଡିକାଲରେ ରହିଥିବା ଡେଡିକେଟ କୋଭିଡ ହସପିଟାଲରେ କିପରି ଚାଲିଛି ରୋଗୀଙ୍କ ଚିକିତ୍ସା । ସେନେଇ ଗଞ୍ଜାମ ଜିଲ୍ଲାପାଳ ତଦାରଖ କରିଛନ୍ତି ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ବ୍ରହ୍ମପୁର ଏମକେସିଜି ମେଡିକାଲରେ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲେ । କୋଭିଡ ହସପିଟାଲରେ ପିପିଇ କିଟ ପରିଧାନ କରି ମେଡିକାଲ ପରିସରରେ କିପରି କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟସେବା ଚାଲିଛି । ତାହାକୁ ଅନୁଧ୍ୟାନ କରିଥିଲେ । ପୂର୍ବରୁ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଜିଲ୍ଲାପାଳ ଟାଟା କୋଭିଡ ହସପିଟାଲ ଠାରୁ ଆରମ୍ଭ କରି ଏମକେସିଜି ମେଡିକାଲର କୋଭିଡ ହସପିଟାଲକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ ମଧ୍ୟ କରିଥିଲେ ।
-
Just visited Covid Hospital MKCG, interacted with patients. Everyone expressed satisfaction about treatment and other support. Team Ganjam 👍 @CMO_Odisha @HFWOdisha @MoSarkar5T pic.twitter.com/7M8rSGTUk4
— Collector & District Magistrate, Ganjam (@Ganjam_Admin) January 13, 2022 " class="align-text-top noRightClick twitterSection" data="
">Just visited Covid Hospital MKCG, interacted with patients. Everyone expressed satisfaction about treatment and other support. Team Ganjam 👍 @CMO_Odisha @HFWOdisha @MoSarkar5T pic.twitter.com/7M8rSGTUk4
— Collector & District Magistrate, Ganjam (@Ganjam_Admin) January 13, 2022Just visited Covid Hospital MKCG, interacted with patients. Everyone expressed satisfaction about treatment and other support. Team Ganjam 👍 @CMO_Odisha @HFWOdisha @MoSarkar5T pic.twitter.com/7M8rSGTUk4
— Collector & District Magistrate, Ganjam (@Ganjam_Admin) January 13, 2022
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ