ETV Bharat / city

ଜିଲ୍ଲାପାଳଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଦୁଇ ଆହତଙ୍କୁ ପଠାଇଲେ ମେଡିକାଲ

author img

By

Published : Nov 15, 2020, 5:16 AM IST

Updated : Nov 15, 2020, 7:07 AM IST

ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣଙ୍କୁ ନିଜ ଗାଡିରେ ଡାକ୍ତରଖାନା ପଠାଇଲେ । ଅଧିକ ପଢନ୍ତୁ...

ମାନବିକତା ଦେଖାଇଲେ ଜିଲ୍ଲାପାଳ
ମାନବିକତା ଦେଖାଇଲେ ଜିଲ୍ଲାପାଳ

ବ୍ରହ୍ମପୁର: ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣଙ୍କୁ ପଠାଇଲେ ମେଡିକାଲ । ଗଞ୍ଜାମ ଜିଲ୍ଲା ନାରାୟଣପୁର ମୁଖ୍ୟ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣଙ୍କୁ ମେଡିକାଲକୁ ପଠାଇଛନ୍ତି ଜିଲ୍ଲାପାଳ ।

ମାନବିକତା ଦେଖାଇଲେ ଜିଲ୍ଲାପାଳ

କୌଣସି କାର୍ଯ୍ୟରେ ଗୋପାଳପୁର ଯାଇଥିବା ଜିଲ୍ଲାପାଳ ଫେରୁଥିବା ସମୟରେ ରାସ୍ତାରେ ଦୁର୍ଘଟଣା ଦେଖିବା ପରେ ତତକ୍ଷଣାତ୍‌ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବ ଭାବି ନିଜ ସରକାରୀ ଗାଡିରେ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିଲେ ।

ଏହାସହ ଫୋନ ଯୋଗେ ତୁରନ୍ତ ଆବଶ୍ୟକ ସେବା ଯୋଗାଇ ଦେବାକୁ ସେ ଡାକ୍ତରଙ୍କୁ କହିଥିଲେ । ପରେ ନିଜର ଜଣେ ସମ୍ପର୍କୀୟଙ୍କ ବୁଲେଟରେ ବ୍ରହ୍ମପୁର ଯାଇଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡେ ପ୍ରଶଂସା କରାଯାଉଥିବାବେଳେ ତାଙ୍କ ମହାନତା ପାଇଁ ଦୁହିଁଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 15, 2020, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.