ETV Bharat / city

ରିପୋର୍ଟକୁ ଅପେକ୍ଷା ନକରି ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା କରାଯାଉ: ଜିଲ୍ଲାପାଳ - corona critical patient

କୋଭିଡ ରିପୋର୍ଟକୁ ଅପେକ୍ଷା ନକରି ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରାଯାଉ । ଏହା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବିପଦ ଆଡକୁ ନଯାଇ ସୁରକ୍ଷିତ ରହିପାରିବ। ଡାକ୍ତର ମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ରିପୋର୍ଟକୁ ଅପେକ୍ଷା ନକରି  ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା କରାଯାଉ: ଜିଲ୍ଲାପାଳ

author img

By

Published : Apr 22, 2021, 10:18 PM IST

ବ୍ରହ୍ମପୁର: କୋଭିଡ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଗୁରୁତର ସଂକ୍ରମିତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବିପଦ ଆଡକୁ ନଯାଇ ସୁରକ୍ଷିତ ରହିପାରିବ । ସଂକ୍ରମିତ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ସବୁବେଳେ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ହେଲେ ତୁରନ୍ତ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ସଂକ୍ରମଣ ବୃଦ୍ଧିକୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଚାଲିଛି ।

ରିପୋର୍ଟକୁ ଅପେକ୍ଷା ନକରି  ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା କରାଯାଉ: ଜିଲ୍ଲାପାଳ
ରିପୋର୍ଟକୁ ଅପେକ୍ଷା ନକରି ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା କରାଯାଉ: ଜିଲ୍ଲାପାଳ

ସଂକ୍ରମିତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ସହିତ ଔଷଧ କିଟ୍ ପ୍ରଦାନ କରାଯାଉଛି । ଏହି ସବୁ ପ୍ରୟାସ ସତ୍ତ୍ବେ ଜିଲ୍ଲାବାସୀ ନିଜେ ସତର୍କ ରହିଲେ ହଁ ନିଜ ଜୀବନକୁ ବିପଦ ମୁଖରୁ ରକ୍ଷା କରିପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍ ଭିଡିଓ ବୈଠକରେ ଅବଗତ କରାଇଛନ୍ତି । ମାସ୍କ ବ୍ୟବହାର ଓ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୀତି ନିୟମକୁ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । ହୋଟେଲ୍ ମାନଙ୍କରେ ବସି ଖାଦ୍ୟ ଗ୍ରହଣ କରିବା ବଦଳରେ ଖାଦ୍ୟ ପ୍ୟାକେଟ୍ କରି ନେବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ କିମ୍ବା ଚାକିରିରେ ଯୋଗଦାନ କଲେ କୋଭିଡ ପରୀକ୍ଷା ରିପୋର୍ଟ ନିମନ୍ତେ ଆଶାୟୀ ବ୍ୟକ୍ତିଙ୍କ ଏକ ଟେଷ୍ଟିଂସେଲ୍ ଗଠନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାରେ ରହିଥିବା ଚିକିତ୍ସାଳୟରେ ଜିଲ୍ଲାବାସୀ ସମେତ ବାହାର ଜିଲ୍ଲାର ରୋଗୀମାନେ ମଧ୍ୟ ଚିକିତ୍ସା ପାଇଁ ଆସିଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିକିତ୍ସା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ । ପଞ୍ଚାୟତ ସ୍ତରରେ ଲୋକପ୍ରତିନିଧି ଓ ସରପଞ୍ଚ ମାନଙ୍କ ସହ ବୈଠକ କରି ଆଲୋଚନା ମାଧ୍ୟମରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ କରିବା ପାଇଁ ବିଡିଓ ମାନଙ୍କୁ ଜଣାଇଥିଲେ । ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କୋଭିଡ କେୟାର ସେଣ୍ଟର ରୂପେ ପରିବର୍ତ୍ତିତ କରି ସମସ୍ତ ପ୍ରସ୍ତୁତି ଓ ଚିକିତ୍ସା ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା, ପ୍ରସାର ପ୍ରଚାର ସହିତ ମାସ୍କ ପରିଧାନ ଦିଗରେ କୌଣସି ସଲାସୁତରାକୁ ପ୍ରଶ୍ରୟ ନଦେବା ପାଇଁ ତହସିଲଦାର ମାନଙ୍କୁ କୁହାଯାଇଛି ।

ପଞ୍ଚସୂତ୍ରି ନିୟମ ସହିତ ଦୋକାନୀ ମାନେ କୋଭିଡ ନିୟମକୁ ଅନୁପାଳନ କରୁଛନ୍ତି ନା ନାହିଁ ତାହା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ରାତି ୮ଘ. ରୁ ସୋମବାର ସକାଳ ୫ଘ. ପର୍ଯ୍ୟନ୍ତ ସଟଡାଉନ୍ ଯେପରି କଡାକଡି ହେବ ତାହା ତଦାରଖ କରିବା ପାଇଁ ବୈଠକରେ କୁହାଯାଇଛି । ଯଦି ଏକ ମାସ ପର୍ଯ୍ୟନ୍ତ ଜିଲ୍ଲାବାସୀ, ଅଧିକାରୀ ଓ କର୍ମଚାରୀ ସତର୍କ ରହିବେ ତେବେ ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ କମିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି। ଏହି ଜୁମ୍ ଭିଡିଓ ଆଲୋଚନାରେ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.