ETV Bharat / city

ଅଚାନକ ଏମକେସିଜି ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Nov 10, 2019, 11:18 PM IST

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଗସ୍ତ ସମୟରେ ମେଡିକାଲ ପରିସରରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟକୁ ଯାଞ୍ଚ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ ଆଧାରରେ 5ଟି ସଚିବ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଘନଘନ ଗସ୍ତ କରୁଛନ୍ତି । ଏହି କ୍ରମରେ ରବିବାର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଚାନକ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଗସ୍ତ ସମୟରେ ସେ ମେଡିକାଲ ପରିସରରେ ଥିବା ବିଭିନ୍ନ ବିଭାଗର ପରିଦର୍ଶନ କରିଥିଲେ ।

ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା, ଏକ୍ସ-ରେ ଠାରୁ ଆରମ୍ଭ କରି ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଯାଞ୍ଚ କରିଥିଲେ ଜିଲ୍ଲାପାଳ ଅମୃତା । ଏଥିସହିତ ହସ୍ପିଟାଲରେ କେଉଁ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହ ମେଡିକାଲର ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରକାଶ ଯେ, ପୂର୍ବରୁ ବିଭିନ୍ନ ସମୟରେ ଏମକେସିଜି ମେଡିକାଲକୁ ବ୍ରହ୍ମପୁର ସାଂସଦ ଓ ସ୍ଥାନୀୟ ବିଧାୟକ, ବ୍ରହ୍ମପୁର ଏସପିଙ୍କ ସମେତ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଗସ୍ତ କରିଛନ୍ତି। ସେମାନେ ମଧ୍ୟ ତାଙ୍କ ପରିଦର୍ଶନ ବେଳେ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ବିଭିନ୍ନ ବିଭାଗକୁ ବୁଲ୍ଲି ଦେଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ରାଜ୍ୟରେ ମୋ ସରକାର ଯୋଜନରେ ବିଭିନ୍ନ ମେଡିକାଲ କଲେଜ ଓ ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ସରକାର ଙ୍କ ପ୍ରମୁଖ ବିଭାଗର ମନ୍ତ୍ରୀ ଓ ସଚିବ ଙ୍କ ଘନଘନ ଗ୍ରସ୍ତ ସହ ଜନସାଧାରଣ ଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଥିବା ବେଳେ ବ୍ରହ୍ମପୁର ଏମ୍.କେ.ସି.ଜି କୁ ହଠାତ୍ ଅଚାନକ ଗ୍ରସ୍ତ କରିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଏହି ଗ୍ରସ୍ତ ସମୟରେ ମେଡିକାଲ ପରିସରରେ ରହିଥିବା ବିଭିନ୍ନ ବିଭାଗର କିଭଳି ଚିକିତ୍ସା ବ୍ୟବସ୍ଥା ରହିଛି , ଏକ୍ସରେ ଠାରୁ ଆରମ୍ଭ କରି ରୋଗୀ ଙ୍କୁ କିଭଳି ବିଭିନ୍ନ ସେବାଯୋଗାଇ ଦିଆଯାଉଛି । ମେଡିକାଲ ନମନ୍ତେ କେଉଁ କଉନ୍ନୟନ ମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ଏଭଳି ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବା ସହ ମେଡିକାଲ ରେ ଚିକିତ୍ସକ ଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ବ୍ରହ୍ମପୁର ର ସାଂସଦ ଓ ସ୍ଥାନୀୟ ବିଧାୟକ , ବ୍ରହ୍ମପୁର ଏସ୍.ପି ଏବଂ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଗ୍ରସ୍ତ କରି ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିବାର ନଜର ରହିଛି ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ... Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.