ETV Bharat / city

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର, ସମସ୍ତ ବିଦ୍ୟାଳୟ ବନ୍ଦ

author img

By

Published : Sep 6, 2019, 8:24 AM IST

ବିଗୁଡିଛି ପାଣିପାଗ। ପ୍ରବଳ ବର୍ଷାରେ ଭିଜୁଛି ବ୍ରହ୍ମପୁର। ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଜି ଛୁଟି ଘୋଷଣା କରାଯାଇଛି।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ବର୍ଷାରେ ବେହାଲ ବ୍ରହ୍ମପୁର। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଜି ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ପାଣି ନିଷ୍କାସନ ପାଇଁ 15ଟି ପମ୍ପସେଟ ନିୟୋଜିତ ହୋଇଛି।

ଖବର ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ଗତକାଲି ସୂଚନା ମିଳିଥିଲା। ଏହାକୁ ଆଖିଆଗରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ହେଲେ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିବେ।

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର, ସମସ୍ତ ବିଦ୍ୟାଳୟ ବନ୍ଦ

ଏହାସହ ତଳିଆ ଅଞ୍ଚଳ ଓ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଗତକାଲି ପ୍ରଶାସନ ନିଷ୍ପତ୍ତି ନେଇଥିବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରି ସନାତନ ପଣ୍ଡା ସୂଚନା ଦେଇଥିଲେ। ଏହାସହ ପ୍ରବଳ ବର୍ଷା ହେଲେ ସବୁ ବିଦ୍ୟାଳୟ ଗୁଡିକରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ବର୍ଷା ଯୋଗୁଁ ବ୍ରହ୍ମପୁର ସହର ସମେତ ବହୁ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଥିବା ଦେଖିବାକୁ ମିଳିଛି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହାର ପ୍ରଭାବ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ପାଣିବିଭାଗ ପକ୍ଷରୁ ସୂଚନା ମିଳିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ଆସନ୍ତା କାଲି ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଶୁକ୍ରବାର ବନ୍ଦ ରଖିବା ନିମନ୍ତେ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି
ତଳିଆ ଅଞ୍ଚଳ ଓ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରି ସନାତନ ପଣ୍ଡା ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ହେଲେ ସେ ସବୁ ବିଦ୍ୟାଳୟ ଗୁଡିକରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।ଏପରିକି ବିଦ୍ୟାଳୟ ଗୁଡିକ ବନ୍ଦ ରଖିବା ସହ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ସହ ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ରହିଥିବା କୁହାଯାଇଛି । ବୁଧବାର ମଧ୍ୟରାତ୍ର ରୁ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଗୁରୁବାର ଦିନ ତମାମ ଏହା ପ୍ରଭାବ ଦେଖିବାକୁ ମିଳିଥିଲା । ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ବ୍ରହ୍ମପୁର ସମେତ ବହୁ ସ୍ଥାନରେ ଆଣ୍ଠିଏ ପାଣି ଚାଲିଥିବା ଦେଖିବାକୁ ମିଳିଛି । ଯାହାକି ସାମାନ୍ୟ ବର୍ଷାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଆସନ୍ତାକାଲି ମଧ୍ୟ ଏହାର ପ୍ରଭାବ ରହିବା ଅନୁମାନ କରାଯାଉଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.