ETV Bharat / city

କୋଟିଆରେ ନିର୍ବାଚନ ପରେ ପଶିଲା ଚେତା, ସତର୍କ ହେଲା ଗଞ୍ଜାମ ପ୍ରଶାସନ

author img

By

Published : Feb 14, 2021, 12:18 PM IST

ସୀମାନ୍ତ ଗାଁରେ ଆନ୍ଧ୍ର ନିର୍ବାଚନ କରିବା ପରେ ଅଧିକ ସର୍ତକ ହେଲା ଗଞ୍ଜାମ ପ୍ରଶାସନ । ସୀମାନ୍ତ ଗାଁଗୁଡିକରେ ପ୍ରଶାସନ ପକ୍ଷରୁ ଘରକୁ ଘର ସ୍ବାସ୍ଥ୍ୟ ବିଭାଗର ଟିମ ସ୍ବାସ୍ଥ୍ୟ ଯାଞ୍ଚ କରୁଛି । ଅଧିକ ପଢନ୍ତୁ...

ସୀମାନ୍ତ ଗାଁରେ ଆନ୍ଧ୍ର ନିର୍ବାଚନକୁ ନେଇ ସତର୍କ ହେଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: ସୀମାନ୍ତ ଗାଁରେ ଆନ୍ଧ୍ର ନିର୍ବାଚନ କରିବା ପରେ ଅଧିକ ସର୍ତକ ହେଲା ଗଞ୍ଜାମ ପ୍ରଶାସନ । ସୀମାନ୍ତ ଗାଁଗୁଡିକରେ ପ୍ରଶାସନ ପକ୍ଷରୁ ଘରକୁ ଘର ସ୍ବାସ୍ଥ୍ୟ ବିଭାଗର ଟିମ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତୀ ଭାସନଙ୍କ ନେତୃତ୍ବରେ ପ୍ରଶାସନର ପ୍ରତିନିଧି ଦଳ ଗାଁରେ ପହଞ୍ଚି ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଓ ମୋ ସ୍ବାଭିମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ସୀମାବର୍ତ୍ତୀ ଗାଁଗୁଡିକ ପ୍ରତି ଅଧିକ ନଜର ରହିଛି ବୋଲି କୁହାଯାଉଛି । ସେପଟେ ସୀମାବର୍ତ୍ତୀ ବାସିନ୍ଦା ଆନ୍ଧ୍ର ନିର୍ବାଚନ ପାଇଁ ମତଦାନ କରିଥିବା କହିଛନ୍ତି ।

ସୂଚନାଯୋଗ୍ୟ, କୋଟିଆର 3 ଟି ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଆନ୍ଧ୍ର-ଓଡିଶା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏପରି ସ୍ଥିତିରେ ମଧ୍ୟ ଆନ୍ଧ୍ର ଶନିବାର କୋଟିଆର ଫାଟୁସିନେରୀରେ ନିର୍ବାଚନ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.