ETV Bharat / city

ଗଜପତିରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ

author img

By

Published : Mar 12, 2022, 7:13 AM IST

ଗଜପତିରୁ ଉତ୍ତର ପ୍ରଦେଶ ଯାଉଥିଲା ଗଞ୍ଜେଇ । ବ୍ରହ୍ମପୁର ସହର ଉପକଣ୍ଠରୁ ୪୩୨ କେଜି ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

ଗଜପତିରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ, ମାଡ଼ି ବସିଲା ଗୁଇନ୍ଦା ଅବକାରୀ ବିଭାଗ

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠରୁ ୪୩୨ କେଜି ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶ ଅଞ୍ଚଳକୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ବ୍ରହ୍ମପୁର ସହର ଉପକଣ୍ଠରୁ ଏହି ଟ୍ରକକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ।

ସୂଚନାଅନୁସାରେ, ଟ୍ରକ ଯୋଗେ ସ୍ବତନ୍ତ୍ର ଚାମ୍ବର କରାଯାଇ ୪୩୨ କେଜି ଓଜନର ଗଞ୍ଜେଇକୁ ନେଇ ଉତ୍ତରପ୍ରଦେଶର ଦୁଇ ଯୁବକ ରାମ ଦାଶ ଏବଂ ଭୂପେନ୍ଦ୍ରର ସି° ଏଭଳି ଚାଲାଣ କରୁଥିବା ପୂର୍ବରୁ ଖବର ପାଇ ଅତକ୍ରିତ ଭାବରେ ଚଢାଉ କରି ଧରିବାରେ ସକ୍ଷମ ହୋଇଥିଲେ । ସେହିପରି ଅନ୍ୟ ଦୁଇ ଯୁବକ ଗଞ୍ଜେଇ ଧରି ବ୍ରହ୍ମପୁର ରେଳଷ୍ଟେସନ ସମୁଖରେ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ମଧ୍ୟ ଅବକାରୀ ବିଭାଗ କାବୁ କରିବା ସହ ଏକ ଟ୍ରକ ଜବତ କରିଛି ।

ଏହି ତିନୋଟି ମାମଲାରେ ମୋଟ ୪୩୨ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୪ଜଣ ଗିରଫ ହୋଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୭ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର କୁମାର ଭର୍ତ୍ତ୍ରା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.