ETV Bharat / city

ଗଞ୍ଜାମରେ କୋଭିଡ ନିୟମ କଡାକଡି; ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ - ganjam district

ମହାରାଷ୍ଟ୍ର, ଗୁଜୁରାଟ, କେରଳ ଓ ଛତିଶଗଡରେ ଭଳି ରାଜ୍ୟରେ କୋରୋନା ନୂଆ ଷ୍ଟ୍ରେନ ବଢିବାରେ ଲାଗିଛି । ରାଜ୍ୟରେ ଏହାର ପ୍ରଭାବ ପଡିବା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କୋରୋନା କଡାକଡି ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମରେ କୋଭିଡ ନିମୟ କଡାକଡି
ଗଞ୍ଜାମରେ କୋଭିଡ ନିମୟ କଡାକଡି
author img

By

Published : Feb 23, 2021, 9:24 AM IST

ବ୍ରହ୍ମପୁର: ଦେଶରେ କୋରୋନା ଦ୍ବିତୀୟ ଲହରୀ ଘାତକ ହେବାରେ ଲାଗିଛି । ରାଜ୍ୟରେ ସେଭଳି ପରିସ୍ଥିତ ଉପୁଜିଥିଲେ ମଧ୍ୟ ଆଗୁଆ ପଦକ୍ଷେପ ପାଇଁ ଗଞ୍ଜାମ ଜିଲ୍ଲା ସଜବାଜ ହେଉଛି । ପ୍ରଥମ ପର୍ଯ୍ୟାୟ ଏହି ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ଏଥର ଯେମିତି ପୂର୍ବ ପରି ସ୍ଥିତି ନ ନୁହେଁ ସେନେଇ ପୁଣି ଥରେ କୋଭିଡ ନିୟମକୁ କଡାକଡି କରାଯିବ।

ମହାରାଷ୍ଟ୍ର, ଗୁଜୁରାଟ, କେରଳ ଓ ଛତିଶଗଡରେ ଭଳି ରାଜ୍ୟରେ କୋରୋନା ନୂଆ ଷ୍ଟ୍ରେନ ବଢିବାରେ ଲାଗିଛି । ରାଜ୍ୟରେ ଏହାର ପ୍ରଭାବ ପଡିବା ପୂର୍ବରୁ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ ସଂକ୍ରମଣ ରୋକିବାକୁ ପୁନର୍ବାର ଯୁଦ୍ଧଭିତ୍ତିକ ପଦକ୍ଷେପ ନେବାକୁ ଆବଶ୍ୟକ ରହିଛି । କିଛି ଦିନର ଅନ୍ତର ମାଧ୍ୟମରେ ଲୋକଙ୍କୁ ସଂକ୍ରମଣ ସମ୍ପର୍କୀତ ଅବଗତ କରିବାକୁ ସଚେତନତା କାର୍ଯ୍ୟକ୍ରମ ଆବଶ୍ୟକ ରହିଛି । ବଜାର ଅଞ୍ଚଳ, ହାଟ, ଜନଗହଳି ପୂର୍ଣ୍ଣ ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ବାରା କଡାକଡି ପ୍ରଚାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି ।

ପଞ୍ଚସୂତ୍ରୀ ନିୟମର ଅନୁପାଳନ ଯେପରି ହେବ ସେ ଦିଗରେ ଚଢାଉ କରାଯିବ । ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍-୧୯ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ । ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲାବାସୀ ଙ୍କୁ ଜଣାଇଛନ୍ତି । ସାମାଜିକ ଓ ଧାର୍ମିକ ଅନୁଷ୍ଠାନ, ଖେଳ, ମନୋରଞ୍ଜନ କାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ କୋଭିଡ୍ ନିୟମ ସତର୍କତା ଅବଲମ୍ବନ କରିବେ ଏବଂ କେତେ ସଂଖ୍ୟକ ଲୋକ ହେଉଛନ୍ତି ସେଥି ନିମନ୍ତେ ଦୃଷ୍ଟି ଦିଆଯିବ । ବିବାହ ଉତ୍ସବ ନିମନ୍ତେ ସଂପୃକ୍ତ ଅଧିକାରୀଙ୍କ ଠାରୁ ଅନୁମତି ଗ୍ରହଣ କରିବା ଜରୁରୀ କରାଯାଇଛି । ସେହିଭଳି ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ଯଥେଷ୍ଟ ସାନିଟାଇଜେସନ୍ କରିବାକୁ ଏହି ବୈଠକରେ କୁହାଯାଇଛି । ପାଠ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି ଆନୁସଙ୍ଗୀକ କାର୍ଯ୍ୟ ହେବ ନାହିଁ ।

କୌଣସି ବ୍ୟକ୍ତି ବିଶେଷଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରିପୋର୍ଟ କରିବେ ଏବଂ ତାଙ୍କର ଚିକିତ୍ସା ନିମନ୍ତେ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ୍, ରେଷ୍ଟୁରାଣ୍ଟ, ଢାବା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ଖାଦ୍ୟପେୟ ସ୍ଥାନରେ କୋଭିଡ୍ ନିୟମର ଅନୁପାଳନ କରାଯାଉଛି କି ନାହିଁ ତାହା ପୋଲିସ ବିଭାଗ ଦ୍ବାରା କଡାକଡି ଯାଞ୍ଚ୍ କରାଯିବ । ଜିଲ୍ଲାସ୍ତରୀୟ ଅଧିକାରୀଗଣ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନ କରି କୋଭିଡ୍ ନିୟମ ଅନୁପାଳନ ଯାଞ୍ଚ୍ କରିବେ । ଓଡିଶା କୋଭିଡ୍-୧୯ ନିୟମ କାନୁନ୍ ୨୦୨୦ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ସେକ୍ସନ-୫୧ ଠାରୁ ୬୦ ପର୍ଯ୍ୟନ୍ତ ଆଇନର ନିୟମ କଡାକଡି ପାଳନ ହେଉଛି ନା ନାହିଁ ତଦାରଖ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.