ETV Bharat / city

ଶ୍ରୀନଗରରେ ଉଦବୋଧନ ଦେବେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତି - chayat system in Srinagar

ଶ୍ରୀନଗରରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଉଦବୋଧନ ଦେବେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତି । ଆଜି ଶ୍ରୀନଗରଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଜାତୀୟ ସ୍ତରୀୟ ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଶ୍ରୀନଗରରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଉଦବୋଧନ ଦେବେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତି

author img

By

Published : Aug 31, 2021, 7:40 AM IST

ବ୍ରହ୍ମପୁର: ଶ୍ରୀନଗରରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଉଦବୋଧନ ଦେବେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତର ନେତୃତ୍ବ, ସାମାଜିକ ପରିବର୍ତ୍ତନ, ଆର୍ଥୀକ ବିକାଶ ଓ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ ବିଷୟରେ ଏ ନେଇ ଆଜି(ମଙ୍ଗଳବାର) କାଶ୍ମୀରର ଶ୍ରୀନଗରଠାରେ ଉଦବୋଧନ ଦେବେ ଗଞ୍ଜାମ ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆରତି ଦେବୀ । ଆଜି ଶ୍ରୀନଗରଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଜାତୀୟ ସ୍ତରୀୟ ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମର ଆରତୀ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି।

ଶ୍ରୀନଗରରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଉଦବୋଧନ ଦେବେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତି

ଏ ନେଇ ଲୋକସଭା କାର୍ଯ୍ୟାଳୟର ନିର୍ଦ୍ଧେଶକ ଡ. ସମା କୌଇ 'ସି', ପତ୍ର ଲେଖି ଆରତି ଦେବୀଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ଅପରାହ୍ନ ୧ଟାରେ ଜାତୀୟସ୍ତରୀୟ ଏହି ସମ୍ମିଳନୀରେ ଗ୍ରାମାଞ୍ଚଳରେ ମହିଳାମାନେ କିଭଳି ସଶକ୍ତିକରଣ ହୋଇପାରିବେ ଏବଂ ସେମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡ କିପରି ବୃଦ୍ଧି ହୋଇପାରିବ ସେନେଇ ଆରତୀ ଉଦବୋଧନ ଦେବେ । ଲୋକସଭା ବାଚସ୍ପତି ବିର୍ଲାଙ୍କ ପକ୍ଷରୁ ପ୍ରଥମେ ଚଳିତବର୍ଷ ଜାନୁଆରୀ ୮ରେ ଏବଂ ପରେ ଫେବୃଆରୀ ୨୬ରେ ଦୁଇଟି ସମ୍ମିଳନୀ ହୋଇସାରିଛି।

ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଏକ ଗ୍ରାମାଞ୍ଚଳର ନାରୀ ଶକ୍ତି କିପରି ପ୍ରଗତି କ୍ଷେତ୍ରରେ ଆଗକୁ ବଢ଼ିବେ ସେ ନେଇ ଦୃଷ୍ଟାନ୍ତମୂଳକ ଉଦାହରଣ ଦେବେ ବୋଲି ସେ କହିଛନ୍ତି । ଗତ ୨୦୧୨ ମସିହାରେ ଜଣେ ଉଚ୍ଚଶିକ୍ଷିତା ଭାବରେ ଆରତୀ ଦେବୀ ବ୍ୟାଙ୍କ ଚାକିରି ଛାଡି ଲୋକଙ୍କ ସେବା କରିବା ପାଇଁ ସରପଞ୍ଚ ଭାବରେ ନିଜ ପଞ୍ଚାୟତରେ ନିର୍ବାଚିତ ହୋଇଥିଲେ । ସେତେବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନିମନ୍ତ୍ରଣ କ୍ରମେ ଅନ୍ତଜାତୀୟସ୍ତରୀୟ ଏକ 'ନୈତୃତ୍ବ ସମ୍ମିଳନୀ' କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ । ପରେ ତାଙ୍କୁ ୨୦୧୫ ମସିହାରେ ଆଦର୍ଶ ସରପଞ୍ଚ ଭାବେ ସମ୍ମାନFତ କରାଯାଇଥିଲା ।

ସେହିପରି ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ବିକାଶ ପାଇଁ ଲଣ୍ଡନରେ ଠାରେ ୨୦୧୬ରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ଆରତୀ । ଆଉ ଏଥର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳାମାନଙ୍କ ବିକାଶ ଉପରେ ସେ ମତବ୍ୟକ୍ତ କରିବା ସହିତ ପଞ୍ଚାୟତ ସ୍ତରରେ ଯୁବପୀଢିଙ୍କ ଆଗ୍ରହ ଉପରେ ଗୁରୁତ୍ବ ଦେବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.