ETV Bharat / city

ଗଞ୍ଜାମରେ ଖୋଲିବ ଆଉ 5 କୋଭିଡ୍‌ କେୟାର ସେଣ୍ଟର

ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ସ୍ଥିତି ନିୟନ୍ତ୍ରଣ ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେଣୁ ଜିଲ୍ଲାରେ ଆଉ 5 କୋଭିଡ୍‌ କେୟାର ସେଣ୍ଟର ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : May 10, 2020, 11:11 PM IST

ଗଞ୍ଜାମରେ ଆଉ ପାଞ୍ଚ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ
ଗଞ୍ଜାମରେ ଖୋଲିବ ଆଉ 5 କୋଭିଡ୍‌ କେୟାର ସେଣ୍ଟର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ସ୍ଥିତି ନିୟନ୍ତ୍ରଣ ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଯେହେତୁ ସମସ୍ତ ଆକ୍ରାନ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରର ହୋଇଥିବାରୁ ଏନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ କୁହାଯାଇଥିବା ବେଳେ କ୍ବାରେନଣ୍ଟାଇନ୍‌ ସେଣ୍ଟର ଗୁଡିକରେ ରହିଥିବା ପ୍ରବାସୀଙ୍କୁ ଭେଟିବା ଲାଗି କେହି ଯାଉଥିବା ଜଣାପଡିଲେ ସେମାନଙ୍କୁ ମଧ୍ୟ ଧରି ନିଆଯାଇ ଅନ୍ୟ ସେଣ୍ଟରରେ ରଖାଯିବ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ସେଣ୍ଟରରେ ୧୪୪ ଧାରା ଜାରି ରଖିଥିବା ବେଳେ ଜିଲ୍ଲାବାସୀଙ୍କୁ ଏନେଇ ଅଧିକ ସତର୍କ ରହିବା ସହ ସାମାଜିକ ଦୂରତ୍ବକୁ ଅଧିକ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି । ଯେଉଁମାନେ ସଂକ୍ରମିତ ବୋଲି ଜଣାପଡୁଛି ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଏହାସହ ଡାକ୍ତରମାନେ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଥିବା କହିଛନ୍ତି ଜିଲ୍ଲାପାଳ ।

ସେହିଭଳି ବିଭିନ୍ନ ପଡୋଶୀ ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ବେଳେ ବହୁଳ ଭାବରେ ଦିନକୁ ଦିନ କୋରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଜିଲ୍ଲାରେ ଆଉ 5 ଟି କୋଭିଡ୍ ହସ୍ପିଟାଲ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ।

ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ରହିଛି । ଜିଲ୍ଲାକୁ ନିୟମିତ ଭାବରେ ପ୍ରବାସୀ ଓଡିଆଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ଜିଲ୍ଲାପାଳ । ଏପରିକି ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତର କ୍ବାରେନଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା ପରେ ମୃତ ପ୍ରଫୁଲଙ୍କ ଠାରେ କୋରୋନା ପଜିଟିଭ୍ ରହିଥିବା ଖବର ସାମ୍ନାକୁ ଆସିଥିଲା ।

ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଅନ୍ୟ କିଛି ଔଷଧ ଖାଉଥିବାରୁ ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଇନଥିଲା । ତେବେ ତାଙ୍କ ମୃତ୍ୟୁ ଏକ ଦୁଃଖଦ ମୃତ୍ୟୁ ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ବାରମ୍ବାର ତାଗିଦ୍‌ କରିଛନ୍ତି । ଜିଲ୍ଲାବାସୀ ମାସ୍କ ପିନ୍ଧିବା ସହ ହାତରେ ଗ୍ଳୋବ୍ଲସ୍ ବ୍ୟବହାର କରିବା ହାତ ଧୋଇବାର ଅଭ୍ୟାସ ଜାରି ରଖିବା ସହ ସାମାଜିକ ଦୂରତାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.