ETV Bharat / city

ଗଞ୍ଜାମରେ ପ୍ଲାଜମା ଥେରାପି, 3 ସୁସ୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ - 3 corona patient got plasma and got cured

ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଜିଲ୍ଲାରେ ଇତି ମଧ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥୋରାପି ଚିକିତ୍ସା ମାଧ୍ୟମରେ ତିନି ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗଞ୍ଜାମରେ ପ୍ଲାଜମା ଥୋରାପି, 3 କୋରୋନା ସୁସ୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲାପାଳ

author img

By

Published : Jul 28, 2020, 6:53 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଜିଲ୍ଲାରେ ଇତି ମଧ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ଚିକିତ୍ସା ମାଧ୍ୟମରେ ତିନି ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା ଏହି ତିନି ଜଣ ରୋଗୀଙ୍କୁ ଟାଟା କୋଭିଡ ହସ୍ପିଟାଲ ପରିସରରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲାପାଳ ।

ଗଞ୍ଜାମରେ ପ୍ଲାଜମା ଥୋରାପି, 3 କୋରୋନା ସୁସ୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲାପାଳ
ଗଞ୍ଜାମରେ ପ୍ଲାଜମା ଥେରାପି, 3 ସୁସ୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକ ଟ୍ବିଟ୍ ମାଧ୍ୟମରେ ମଧ୍ୟ ଅବଗତ କରାଇବା ସହ ଡାକ୍ତରମାନଙ୍କ ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି । ବ୍ରହ୍ମପୁର ଉପଖଣ୍ଡ ଶୀତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ତିନି ଜଣ ଗୁରୁତ୍ତର କୋରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ପ୍ଲାଜମା ଥେରାପି ପରେ ତିନି କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଟାଟା କୋଭିଡ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ।

ମୁଖ୍ୟତଃ ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି କୋରୋନାରୁ ପ୍ଳାଜମା ଥୋରୋପିରେ ସୁସ୍ଥ ହୋଇଥିବା କୁହାଯାଇଛି । ରାଜ୍ୟରେ ପ୍ଳାଜମା ଥେରାପିର ସଫଳତା ପରେ ଗତ ୨୧ ତାରିଖରେ ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ଥେରାପି ଶୁଭାରମ୍ଭ କରାଯାଇଛି । ଏହାସହ କଟକ ଏସ୍‌ସିବିରୁ ଆସିଥିବା ୩ଟି ପ୍ଲାଜମାକୁ ଟାଟା କୋଭିଡ୍‌ ହସ୍ପିଟାଲର ଗୁରୁତ୍ତର ରୋଗୀଙ୍କୁ ଦିଆଯିବାକୁ ପଠାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.