ETV Bharat / city

ଯୁକ୍ତ ଦୁଇ ପରୀକ୍ଷାଫଳ: ‘8 ହଜାର ଟଙ୍କା ବଦଳରେ 80 ପ୍ରତିଶତ ମାର୍କ’

ଯୁକ୍ତ ଦୁଇ ପରୀକ୍ଷାରେ ପିଲା ଫେଲ ହୋଇଥିବା ନେଇ ଅଭିଭାବକଙ୍କୁ ଫୋନ କଲ କରୁଛନ୍ତି ଅଜଣା ବ୍ୟକ୍ତି । ନିଜର ପରିଚୟ ଦେଉଛନ୍ତି ଯୁକ୍ତ ଦୁଇ ପରିଷଦର ଡାଟା ଏଣ୍ଟ୍ରି ଅଫିସର ଭାବେ । 8 ହଜାର ଟଙ୍କା ଆକାଉଣ୍ଟରେ ଜମା କଲେ ପିଲାଙ୍କୁ 80 ପ୍ରତିଶତ ମାର୍କ ଦିଆଯିବ ବୋଲି ଫୋନରେ କହୁଛନ୍ତି ବ୍ୟକ୍ତି ଜଣକ ।

author img

By

Published : May 14, 2019, 9:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ଘରକୁ ଆସୁଛି ଫୋନ କଲ । ପିଲା ମାନଙ୍କ ଭଲ ପରୀକ୍ଷା ଫଳ ପାଇବା ପାଇଁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପରାମର୍ଶ ଦିଆଯାଉଛି । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ପରିବାରକୁ ଏଭଳି ଫୋନ୍ ଆସିବା ପରେ ଏଭଳି ଫେକ ଫୋନ୍ କଲ୍ରୁ ଦୂରେଇ ରହିବାକୁ ଯୁକ୍ତ ଦୁଇ ପରିଷଦର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାରେ ପୁରଷୋତ୍ତମପୁର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ଜଣେ ବିଦ୍ୟାର୍ଥୀଙ୍କ ପରିବାରକୁ ଆସିଥିଲା ଏପରି ଫୋନ୍ କଲ । ପ୍ରଥମେ ଅଭିଭାବକ ମନରେ ପ୍ରଥମେ ଭୟ ସଞ୍ଚାର କରାଇବା ସହ ପିଲାଙ୍କ ପରୀକ୍ଷା ଖାତାରେ କମ୍ ନମ୍ବର ଆସିଥିବା ଏବଂ ଫେଲ ହୋଇଯାଇଥିବା କୁହାଯାଇଥିଲା ଫୋନ କଲରେ । ଆକାଉଣ୍ଟରେ ଆଠ ହଜାର ଟଙ୍କା ଦେଲେ ପରୀକ୍ଷାର୍ଥୀଙ୍କୁ ୮୦ ପ୍ରତିଶତ ମାର୍କ ଦିଆଯିବ ବୋଲି କୁହାଯାଉଛି ଏହି ଫୋନକଲ୍‌ରେ ।

ହିନ୍ଦୀ ଭାଷ।ରେ କଥା ହେଉଥିବା ଏହି ବ୍ୟକ୍ତିଙ୍କ ମୋବାଇଲ ନମ୍ବର 9973984490 ହୋଇଥିବା ବେଳେ ଟଙ୍କା ପଠାଇବା ପାଇଁ ଷ୍ଟେଟ ବ୍ୟାଙ୍କର ଆକାଉଣ୍ଟ ନମ୍ୱର ୩୪୩୪୯୫୬୪୩୦୧ ଏବଂ ତାହାର ଆଇଏଫ୍.ଏସ୍.ସି କୋର୍ଡ ନମ୍ୱର -SBIN 0001359 ଓ ନାମ ରିମ୍ପା ସାଧୁଖାନ୍ ବୋଲି ଜଣାପଡିଛି । ସେହିପରି ଅନ୍ୟ ଏକ ହ୍ୱାଟ୍ସ ଆପ ନଂ- 9973783979 ଦେଇ ଟଙ୍କା ପଠାଇବା ପାଇଁ କୁହାଯାଉଛି । ଫୋନ୍ କରିଥିବା ନମ୍ୱରଟି ମୋବାଇଲ କଲର ଆପରେ ଠାକୁର ଜୀ ବୋଲି ଜଣା ପଡିଥିବା ବେଳେ ଆକାଉଣ୍ଟ ନମ୍ୱର ଟି ରିମ୍ପା ସାଧୁଖାନ୍ ଓ ହ୍ୱାଟ୍ସ ଆପ୍ ନମ୍ୱରଟି ସଞ୍ଜୟ ଯାଦବ ନାମକୁ ଦର୍ଶାଉଛି । ଏଥିରେ ସ୍ପଷ୍ଟ ପ୍ରତିୟମାନ ଯେ ଏକ ସକ୍ରିୟ ଗ୍ୟାଙ୍ଗ୍ ପରୀକ୍ଷାର୍ଥୀଙ୍କୁ ଠକି ଟଙ୍କା ଯୋଜନା କରିଛନ୍ତି ।

ସେପଟେ ବ୍ରହ୍ମପୁର ପୋଲିସ ଏହାକୁ ନେଇ ଜନସାଧାରଣଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛି । ଏଭଳି ଫୋନ୍ କଲ ପାଇବା ମାତ୍ରେ ସ୍ଥାନୀୟ ଥାନାରେ ଯୋଗାଯୋଗ କରିବାକୁ ସୋସିଆଲ ମିଡିଆରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଯୁକ୍ତ ଦୁଇ ପରିଷଦର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି ଯେ, ଅଦ୍ୟାବଧି ପରୀକ୍ଷା ମୁଲ୍ୟାୟନ ଶେଷ ହୋଇନାହିଁ ତେଣୁ ଏଭଳି ମିଥ୍ୟା କଲରୁ ଦୂରେଇ ରହିବା ସହ ପୋଲିସ କୁ ଯୋଗାଯୋଗ କରନ୍ତୁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟ ଆସାଧୁ ଗ୍ୟାଙ୍ଗ୍ ହାତକୁ ଗଲା କିପରି । ଫୋନ୍ କରୁଥିବା ବ୍ୟକ୍ତି ବିଶେଷ ମାନେ ଯୁକ୍ତ ଦୁଇ ପରିଷଦର ୱେବସାଇଟ୍‌କୁ ହ୍ୟାକ୍‌ କରି ଏହି ତଥ୍ୟ ନେଇଛନ୍ତି ନାଁ କୌଣସି ଅସାଧୁ କର୍ମଚାରୀ ଏଥିରେ ସାମିଲ ଅଛନ୍ତି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

SLUGE – ଶିଳ୍ପାୟନର ସହର ରାୟଗଡ଼ା ଗ୍ରୀଷ୍ମର ରାଜୁତ , ପାରଦ ଟପିଲାଣି ୪୫ ଡ଼ିଗ୍ରୀ ।
REPORTER- ରଞ୍ଜନ ରଥ  । 
PLACE-  RAYAGADA
DATE- 14 .5.19
FORMET –  pkg
ANCAR- ଶିଳ୍ପାୟନର ସହର ରାୟଗଡ଼ା ଗ୍ରୀଷ୍ମର ରାଜୁତି  । ପାରଦ ୪୫ଂ ଉପରୁ ଥିବା ବେଳେ ଦିନ ୧୧ ଟାରୁ ରାସ୍ତା ଘାଟ ଶୁନସାନ ହୋଇଯାଉଛି  । ଲୁ ପ୍ରଭାବ ଯୋଗୁଁ ଲୋକେ ଘରୁ ବାହାରିବାକୁ ନିରାପଦ ମଣୁନାହାଁନ୍ତି । 
VO 1 –ତିର୍ଯ୍ୟକ ସୂର୍ଯ୍ୟଙ୍କ କିରଣ ସାଙ୍ଗକୁ ଅସହ୍ୟ ତାତି  । ଗତ ସପ୍ତାହେ ଧରି ରାୟଗଡା ଜିଲ୍ଲାର ତାପମାତ୍ରା ୪୦ଂ ରୁ ୪୫ଂ ରେ ପର୍ହଁଚିଂଲାଣି  । ଜିଲ୍ଲାଟା ସାରା ନିଆ ବର୍ଷୁଛି , ସତେ ଜେମିତି ଝିଲ୍ଲାଟି ତତଲା କଢ଼େଇରେ ଭାଜି ହେବାର ଅନୁଭୁତି ହେଉଛି  । ଆଉ ଦକ୍ଷିଣ ପଶ୍ଚିମ ଲୁର ପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି  । ତେବେ ବିଗତ ୨୦ ବର୍ଷ ଧରି ଏଭଳି ତାତି ଅନୁଭବ ହୋଇନଥିବା ଲୋକେ କହୁଥିବା ବେଳେ ଅଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ପାଣିପାଗ ବିଭାଗର ଆକଳନ କରିଛି ।
 BYTE-  ଦେବପ୍ରଶନ୍ନ ନାୟକ 
 BYTE- ନରସିଂହ ରାଓ

VO  2 – ପୂର୍ବାହ୍ନ ୯ଟା ଠାରୁ ମୁଣ୍ଡଫଟା ଖରା ଯୋଗୁଁ ଜିଲ୍ଲାଟା ସାରା ଲୋକେ ଅସ୍ତବ୍ୟସ୍ତ ହେଲେଣି  । ସାମୁଦ୍ରୀକ ଝଡ ଫଣି ପରେପରେ ସାରା ରାଜ୍ୟ ଯେଭଳି ଗ୍ରୀଷ୍ମ ତାପରେ ଶିଝୁଛନ୍ତି ଠିକ ସେହିଭଳି ରାୟଗଡା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ଲହରୀ ଅତିଷ୍ଟ କରିଦେଇଛି  ।ରାସ୍ତା କଡର ଦୋକାନ ବଜାରରେ ଦିନ ୧୧ ଟା ପରେ ତାଟି କବାଟ ପଡିଯାଇଥିବା ବେଳେ କାଭାଁ ଗାଡି ଚଳାଚଳ କରୁଥିବା ପରିଲିଖିତ ହୋଇଛି  । ଘଟାଂକୁ ୧୨କିଲୋମିଟର ବେଗରେ ଲୁ ପ୍ରବାହ ଉତାପକୁ ଆହୁରି ଦୁଇଗୁଣ କରିଦେବା ସହ  ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ଅତିଷ୍ଟ ହୋଇପଡୁଛନ୍ତି  । ଫଳରେ ସହରର ଥଣ୍ଡା ପାନିୟ ଦୋକାନ ଠାରୁ ଆରମ୍ଭ କରି ପଥପ୍ରାନ୍ତ ଜଳ ଛତ୍ରରେ ଭିଡ଼ ଦେଖିବାକୁ ମିଲିଛି  ।

 BYTE- ରିକିରାମତ ଗୈତମ
P TO C - Ranjan Rath

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.