ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଚଢାଉ କରାଯାଇ ତିନି ହଜାର ଲିଟର ଅପମିଶ୍ରିତ ଗୁଡ ପୋଚକୁ ନଷ୍ଟ କରାଯିବା ସହିତ ୬୦ ଲିଟର ମଦ ଜବତ ହୋଇଛି ।
କୁକୁଡାଖଣ୍ଡି ତହସିଲଦାର ଇପ୍ପସିତା ପ୍ରିୟଦର୍ଶନୀଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଟିମ୍ ପକ୍ଷରୁ କୁକୁଡାଖଣ୍ଡି ବ୍ଲକର ଉପର ଖୁମ୍ୱାଝରୀ ଜଙ୍ଗଲରେ ଚଢାଉ କରାଯାଇ ବେଆଇନ ଭାବରେ ପ୍ରସ୍ତୁତ କରାଯାଉଥିବା ଦେଶୀ ଓ ଅପମିଶ୍ରିତ ମଦ ନଷ୍ଟ କରିବା ସହିତ ଏହାକୁ ଜବତ କରିଥିଲେ ।
ଏହି ଚଢାଉରେ ଅବକାରୀ ସଦର ରେଞ୍ଜର ଇନ୍ସପେକ୍ଟର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ