ETV Bharat / city

ଚକ୍ଷୁ ଉପରେ ମଧୁମେହ ରୋଗର ପ୍ରଭାବ, କିପରି ନେବେ ଯତ୍ନ ? - ମଧୁମେହ ରୋଗକୁ ନେଇ ବ୍ରହ୍ମପୁରରେ ଆଲୋଚନା ଚକ୍ର

ଦେଶରେ 20 ରୁ 70 ବର୍ଷର ଲୋକଙ୍କ ମଧ୍ୟରୁ 8 ପ୍ରତିଶତ ହେଉଛନ୍ତି ମଧୁମେହ ରୋଗୀ । ଏହି ରୋଗୀ ମାନଙ୍କ ମଧ୍ୟରୁ 17 ପ୍ରତିଶତଙ୍କ ନିକଟରେ ଡାଇବେଟିସ୍ ରେଡିନୋପାଥି ଦେଖାଦେଇଥାଏ । ଏଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ଅଧିକ ପଢନ୍ତୁ

ଚକ୍ଷୁ ଉପରେ ମଧୁମେହ ରୋଗର ପ୍ରଭାବ, କିପରି ନେବେ ଯତ୍ନ ?
Etv Bharatଚକ୍ଷୁ ଉପରେ ମଧୁମେହ ରୋଗର ପ୍ରଭାବ, କେମିତି ନେବେ ଯତ୍ନ ?
author img

By

Published : Aug 6, 2022, 12:38 PM IST

ବ୍ରହ୍ମପୁର: ମଧୁମେହ ରୋଗ ଏବଂ ଚକ୍ଷୁ ଉପରେ ଏହାର ପ୍ରଭାବ ସଂପର୍କରେ ଅଲୋଚନାଚକ୍ର । ବ୍ରହ୍ମପୁର ସହର ଉପକଣ୍ଠ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ଏନେଇ ରୋଗୀ ଏବଂ ଚିକିତ୍ସକ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏମ୍.କେ.ସି.ଜି ମେଡିକାଲ କଲେଜର ବରିଷ୍ଠ ଚିକିତ୍ସକ ଡାକ୍ତର ପି.ରବି କୁମାର କହିବା ଅନୁଯାୟୀ, ''ଦେଶରେ 20ରୁ 70 ବର୍ଷର ଲୋକଙ୍କ ମଧ୍ୟରୁ ଆଠ ପ୍ରତିଶତ ହେଉଛନ୍ତି ମଧୁମେହ ରୋଗୀ । ଏହି ରୋଗୀମାନଙ୍କ ମଧ୍ୟରୁ 17 ପ୍ରତିଶତଙ୍କ ନିକଟରେ ଡାଇବେଟିସ୍ ରେଡିନୋପାଥି ଦେଖାଦେଇଥାଏ । ଏଣୁ ସମସ୍ତେ ଏଥିପ୍ରତି ସତର୍କତା ହେବା ସହିତ ଅତିକମରେ ପ୍ରତ୍ୟେକ ବର୍ଷ ଡାଇବେଟିସ୍ ରୋଗୀ ନିୟମିତ ଭାବେ ନିଜ ଆଖିକୁ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଏଣୁ ଏଥିପ୍ରତି ସାଧାରଣତଃ ସଚେତନ ହେବାର ଆବଶ୍ୟକତା ରହିଛି ।"

ଚକ୍ଷୁ ଉପରେ ମଧୁମେହ ରୋଗର ପ୍ରଭାବ, କିପରି ନେବେ ଯତ୍ନ ?

ଡାକ୍ତର ପି.ରବି କୁମାର ଆହୁରି କହିଛନ୍ତି, "ଦେଶରେ ଏବଂ ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ନିକଟରେ ଯେଉଁ ସମସ୍ୟା ବହୁ ବିଳମ୍ୱରେ ଦେଖାଯାଇଥାଏ, ତାହା ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ 10ରୁ 15 ବର୍ଷ ଆଗରୁ ଦେଖିବାକୁ ମିଳିଥାଏ । ସେହିପରି ମଧୁମେହ ରୋଗୀଙ୍କ ଆଖିରେ ରେଟିନା ସମସ୍ୟା ଶ୍ରୀଘ୍ର ହୋଇଥାଏ ଓ ଅଧିକ ମାତ୍ରାରେ ଗୁରୁତର ହୋଇଥାନ୍ତି ।''

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇ ଏଭଳି ରୋଗ ସଂପର୍କରେ ସମସ୍ତେ ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ସଚେତନତା କରିବାକୁ ଆହ୍ୱାନ କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ଏସ୍.ବିଶ୍ୱନାଥନ୍, ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ସୁଦୀପ ଦାଶ, ଡାକ୍ତର ସମର୍ଥ ମିଶ୍ର, ଚିକିତ୍ସାଳୟର ସି.ଇ.ଓ ଏଲ୍.ଏନ୍.ଜେ ବାବୁ ଓ ଆଇନ ପରାମର୍ଶଦାତା ବି.ଶ୍ରୀନିବାସଙ୍କ ସମେତ ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ରହିଥଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.