ETV Bharat / city

କଂଗ୍ରେସ ନାଁରେ ନକଲି ଟିକେଟ୍, ଆଶାୟୀଙ୍କ ନାମାଙ୍କନ ଖାରଜ

author img

By

Published : Jan 23, 2022, 10:24 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲବେଳେ ଆଶାୟୀ ଦେଇଥିଲେ ନକଲି କଂଗ୍ରେସ ଟିକେଟ । ଯାଞ୍ଚ ବେଳେ ଜଣାପଡିବା ପରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ଅଧିକ ପଢ଼ନ୍ତୁ

କଂଗ୍ରେସ ନାଁରେ ନକଲି ଟିକେଟ୍, ଆଶାୟୀଙ୍କ ନାମାଙ୍କନ ଖାରଜ
କଂଗ୍ରେସ ନାଁରେ ନକଲି ଟିକେଟ୍, ଆଶାୟୀଙ୍କ ନାମାଙ୍କନ ଖାରଜ

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଆଶାୟୀ ଦେଇଥିଲେ ନକଲି କଂଗ୍ରେସ ଟିକେଟ । ଯାଞ୍ଚ ବେଳେ ଜଣାପଡିବା ପରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ଗଞ୍ଜାମ ଜିଲ୍ଲାର କେବଳ ଭଞ୍ଜନଗର ବ୍ଲକର ଦୁଇଟି ଜୋନ୍‌ରେ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି ।

ସେହିଭଳି ଧରାକୋଟ ବ୍ଲକରୁ ଦୁଇଟି ଜୋନ୍‌ରେ ପ୍ରାର୍ଥୀ ଦଳୀୟ ଟିକେଟ୍ ଦାଖଲ କରିପାରିନଥିବାରୁ ସେମାନଙ୍କ ନାମାଙ୍କନ ନାକଚ ହୋଇଛି । ପ୍ରାର୍ଥୀପତ୍ର ଯାଞ୍ଚ ବେଳେ କଂଗ୍ରେସ ଟିକେଟରେ ଦାଖଲ କରିନଥିବା ଏବଂ ଅନ୍ୟ ଏକ କାରଣରୁ ୨ଜଣ ପ୍ରାର୍ଥୀଙ୍କ ଟିକେଟ୍‌ ନକଲି ବୋଲି ଜଣାପଡ଼ିବାରୁ ସେମାନଙ୍କ ନାମାଙ୍କନ ପତ୍ର ଅଗ୍ରାହ୍ୟ ହୋଇଥିବାବେଳେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବ୍‌ଡିଭିଜନ୍ ଅନ୍ତର୍ଗତ ୮ଗୋଟି ବ୍ଳକର ୨୬ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୪ଟି ଜୋନରୁ ୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଖାରଜ କରିଛନ୍ତି। ଭଞ୍ଜନଗର ବ୍ଳକର ୫୦ ନମ୍ବର ଜୋନରୁ ନମିତା ଗୌଡ଼, ଓ ୫୨ ନମ୍ବର ଜୋନର ଝରଣା ନାୟକ, ଧରାକୋଟ ବ୍ଲକ ୨୯ ନମ୍ବର ଜୋନର ରବୀନ୍ଦ୍ର ଗୌଡ଼ ଓ ୩୦ ନମ୍ବର ଜୋନ ପ୍ରାର୍ଥୀ ସ୍ପର୍ଶଲତା ବିଷୋୟୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।

ନାମାଙ୍କନ ଦାଖଲବେଳେ ଏହି ପ୍ରାର୍ଥୀମାନେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଯାଞ୍ଚ ବେଳେ ଭଞ୍ଜନଗର ୫୦ ଓ ୫୨ ଜୋନ୍‌ ପ୍ରାର୍ଥୀ ନକଲି ଦଳୀୟ ଟିକେଟ ଦାଖଲ କରିଥିବା ଜଣାପଡ଼ିଥିଲା । ସେହିପରି ୫୦ ନମ୍ବର ଜୋନର ନମିତା ଗୌଡ ନିଜ ନାମରେ ତାଙ୍କର ପ୍ରାର୍ଥୀପତ୍ର ଅମାନତ ଟଙ୍କା ଜମା କରିବା ବଦଳରେ ନିଜ ସ୍ୱାମୀଙ୍କ ନାମରେ ଅମାନତ ଟଙ୍କା ଜମା କରିଥିବା ଯାଞ୍ଚ ବେଳେ ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.