ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରି ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ୍ ଇଣ୍ଡିଆ ଡିଏସଓ । ରାଜ୍ୟର ୧୪ ଟି ବିଇଡି ଏବଂ ଏମଇଡି ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ସହ ବ୍ଳକ ଗ୍ରାଣ୍ଟ ବିଦ୍ୟାଳୟକୁ ବନ୍ଦ କରି ଏହାକୁ ସରକାରୀ ବିଦ୍ୟାଳୟରେ ସାମିଲ କରାଯିବା ପାଇଁ ଚାଲିଥିବା ଯୋଜନାକୁ ଡିଏସଓ ବିରୋଧ କରିଛି ।
ଏନେଇ ବ୍ରହ୍ମପୁର ଠାରେ ସଙ୍ଗଠନର କର୍ମକର୍ତ୍ତାମାନେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ସରକାର ତୁରନ୍ତ ବିଇଡି ଏବଂ ଏମଇଡି ଶିକ୍ଷାନୁଷ୍ଠାନରେ ଖାଲିଥିବା ପଦବୀ ପୂରଣ କରିବାକୁ ଦାବି କରାଯାଇଛି । ଶିକ୍ଷାନୁଷ୍ଠାନ ବନ୍ଦ କରି ସେଲ୍ଫ ଫାଇନାସ କୋର୍ସ ଖୋଲାଯିବ ପାଇଁ ଚକ୍ରାନ୍ତ ଚାଲିଥିବାବେଳେ ବ୍ଳକ ଗ୍ରାଣ୍ଟ ବିଦ୍ୟାଳୟକୁ ଉଠାଇ ଶିକ୍ଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ ହେଉଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ