ବ୍ରହ୍ମପୁର: ସର୍ବଭାରତୀୟ ସଂହତି ସପ୍ତାହ ଅବସରରେ ବ୍ରହ୍ମପୁର ସହରରେ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ପ୍ରତିବାଦ କରାଯାଇଛି ।
ସହରର ଖଲ୍ଲିକୋଟ କଲେଜ ସମ୍ମୁଖରେ ଆୟୋଜିତ ବିକ୍ଷୋଭରେ ଦିଲ୍ଲୀରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଚାଷୀ ବିରୋଧୀ କୃଷି ଆଇନ ବାତିଲ କରିବାକୁ ଦାବି କରାଯାଇଥିଲା ।
ଡି.ଏସ୍. ଓ ର ରାଜ୍ୟ ଉପସଭାପତି ସୋମନାଥ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ