ETV Bharat / city

ଦୁର୍ଘଟଣାର ରୂପ ଦେଇ ଗାଡି ବିକ୍ରି ଉଦ୍ୟମ, ଧରାପଡିଲା ଚାଳକ - ବ୍ରହ୍ମପୁର ନ୍ୟୁଜ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଘାଟିରେ ଦୁର୍ଘଟଣାର ରୂପ ଦେଇ ଗାଡି ବିକ୍ରି କରିବା ଉଦ୍ୟମ କରି ଶେଷରେ ପୋଲିସ ହାତରେ ଧରାପଡିଲା ଗାଡି ଚାଳକ । ଅଧିକ ପଢନ୍ତୁ

ଦୁର୍ଘଟଣାର ରୂପ ଦେଇ ଗାଡି ବିକ୍ରି ଉଦ୍ୟମ କରି ଧରାପଡିଲା ଚାଳକ

author img

By

Published : Oct 3, 2022, 5:54 PM IST

ବ୍ରହ୍ମପୁର: ଗାଡି ବିକ୍ରି ଉଦ୍ୟମ କରି ଧରା ପଡିଲା ଚାଳକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଘାଟିରେ । ଏହି ଘାଟିରେ ଦିନକୁ ଦିନ ଠକ ଚାଳକ , ଲୁଟେରା ଓ ଡକାୟତମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଉଥିବା ବେଳେ ପୋଲିସ ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହେଉଥିବା ଜଣାପଡିଛି । ସେହିଭଳି ଦୁର୍ଘଟଣା ରୂପ ଦେଇ ମାଲିକର ଗାଡି ବିକ୍ରି କରିବାକୁ ଉଦ୍ୟମ କରୁଥିବା ଘଟଣା ସାମନାକୁ ଆସିଛି । ତେବେ ଗାଡି ଚାଳକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ମାଣିଦେଇପୁର ଗ୍ରାମର କାହ୍ନୁ କୁମାର ଚୌଧୁରୀ ।

ଦୁର୍ଘଟଣାର ରୂପ ଦେଇ ଗାଡି ବିକ୍ରି ଉଦ୍ୟମ କରି ଧରାପଡିଲା ଚାଳକ

ତେବେ ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଦିନ ଭୋର ୪ଟା ବେଳେ ଟାଟା ପିକ ଅପ ଭ୍ୟାନ୍ ଯୋଗେ ଡେଙ୍ଗାଓସ୍ତ ଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲେ ଗାଡିଚାଳକ । ସେହି ସମୟରେ ଖଲ୍ଲିକୋଟ ବଡଘାଟି ଠାରେ ଉକ୍ତ ଗାଡିକୁ ଅଟକାଇ ଡକାୟତମାନେ ଚାଳକଙ୍କ ଗାଡି ଚାବି ନେଇ ମାଡ ମାରି ମୋବାଇଲ ଛଡାଇ ନେଇଥିଲେ । ଏଥିସହ ଚାଳକଙ୍କ ଲାଇସେନ୍ସ ମଧ୍ୟ ଛଡାଇ ନେଇ ବ୍ରହ୍ମପୁର ପଟକୁ ପଳାଇ ଯାଇଥିବା ଘଟଣା ଦୁଇ ଦିନ ପରେ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଥିଲା । ଏଥିସହ ଭୁବନେଶ୍ବର ଯାଇ ଗାଡି ମାଲିକଙ୍କୁ ଘଟଣା ସମ୍ପର୍କରେ ଚାଳକ ଜଣଙ୍କ ଅବଗତ କରାଇଥିଲେ ।

ତେବେ ଅନ୍ୟପଟେ ପୋଲିସ ସନ୍ଦେହ କରି ଚାଳକର ଗତିବିଧି ଲକ୍ଷ୍ୟ କରିଥିଲା । ଏନେଇ ତାକୁ ଜେରା କରିବା ପରେ ଗାଡିଚାଳକ କାହ୍ନୁ ଚୌଧୁରୀ ପୋଲିସ ଆଗରେ ସବୁ ସତ ମାନିଥିଲା । ତେବେ ଗାଡି ମାଲିକକୁ ୧୫ ହଜାର ଅଗ୍ରୀମ ମାଗିବାରୁ ମାଲିକ ଦେଇ ନଥିଲେ । ଏନେଇ ଗାଡିକୁ କୌଣସି ଲୋକକୁ ବିକ୍ରି କରିବାକୁ ଉଦ୍ୟମ କରିବା ସହ ଗାଡିକୁ କେହି ଦୁର୍ବୃତ୍ତ ନେଇଯାଇଥିବା ରୂପ ଦେବାକୁ ଯାଇ ଗାଡିକୁ ନାରାୟଣୀ ମନ୍ଦିର ଘଞ୍ଚ ଜଙ୍ଗଲ ରାସ୍ତାରେ ଛାଡି ଚାଲିଯାଇଥିଲା । ତେବେ ଏନେଇ ପୋଲିସ ଘଟଣାର ତଦନ୍ତ କରି ଗାଡି ଚାଳକଙ୍କୁ କେସ ନମ୍ବର ୫୫୯ /୨୨ ରେ ମକଦ୍ଦମା ରୁଜୁ କରି ୩୭୯ ଦଫାରେ କୋର୍ଟ ପଠାଇଥିବା ବେଳେ ଗାଡି ମାଲିକଙ୍କୁ ଗାଡି ହସ୍ତାନ୍ତର କରିଥିବା ନେଇ ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.