ETV Bharat / city

ଶିକ୍ଷା ମନ୍ଦିରରେ ଅମାନବୀୟ ଘଟଣା: 12ଟି କୁକୁର ମୁହଁ ଏବଂ ଗୋଡ ବାନ୍ଧି ରଖିଥିଲେ, ଉଦ୍ଧାର କଲେ ପଶୁପ୍ରେମୀ

author img

By

Published : Sep 28, 2022, 10:40 PM IST

Updated : Sep 28, 2022, 11:02 PM IST

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅମାନବୀୟ କାର୍ଯ୍ୟ । 12 କୁକୁରର ମୁହଁ ଏବଂ ଗୋଡ଼କୁ ବାନ୍ଧି ରଖିଥିବା ବେଳେ ଉଦ୍ଧାର କଲେ ପଶୁପ୍ରେମୀ । ଅଧିକ ପଢନ୍ତୁ

ଶିକ୍ଷା ଭଣ୍ଡାରରେ ଅମାନବୀୟ ଘଟଣା,କୁକୁରଙ୍କୁ ବାନ୍ଧି ରଖିଥିବା ବେଳେ ଉଦ୍ଧାର କଲେ ପଶୁପ୍ରେମୀ

ବ୍ରହ୍ମପୁର: ଶିକ୍ଷା ମନ୍ଦିରରେ ଅମାନବୀୟ କାଣ୍ଡ । କୁକୁରର ମୁହଁ ଏବଂ ଗୋଡ଼କୁ ବାନ୍ଧି ରଖିଥିବା ବେଳେ ଉଦ୍ଧାର କଲେ ପଶୁପ୍ରେମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ। ନୀରିହ କୁକୁରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସ ପରିସରରେ 12 ଗୋଟି ବୁଲ୍ଲା କୁକୁରର ମୁହଁ ଏବଂ ଗୋଡ଼କୁ ବାନ୍ଧି ମାଡ ମାରିବା ସହ ଶୌଚାଳୟ ପରିସରରେ ଯୋରଜବରଦସ୍ତ ବାନ୍ଧି ରଖାଯାଇଥିଲା । ଏନେଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି ବ୍ରହ୍ମପୁରର ପଶୁପ୍ରେମୀ ।

ତେବେ ସୂଚନା ଅନୁଯାୟୀ, ବୁଲା କୁକୁର ଗୁଡିକ ଛାତ୍ରୀ ନିବାସ ହଷ୍ଟେଲରେ ପଶୁଥିଲେ। ଏନେଇ କର୍ତ୍ତୁପକ୍ଷଙ୍କ ଜାଣତରେ ବାହାରୁ କିଛି କର୍ମଚାରୀ ଏବଂ ବିଶ୍ବବିଦ୍ୟାଳୟର କେତେକ କର୍ମଚାରୀ ମିଳିତ ଭାବରେ ଏପରି କରିଛନ୍ତି। ଏହାଛଡା ଉଦ୍ଧାର କରିବାକୁ ଯାଇଥିବା ପଶୁପ୍ରେମୀ ଓ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଏ ନେଇ ବିରୋଦ୍ଧ କରିଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳରେ ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିବା ଏହି ସଙ୍ଗଠନ ବୁଲା କୁକୁରକୁ କେତେକ କର୍ମଚାରୀ ବାନ୍ଧି ଦେଇଥିବା ବେଳେ ସେମାନଙ୍କ ଗୋଡ ଏବଂ ମୁହଁକୁ ରଶିରେ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରି ଦେଇଥିବା ଖବର ପାଇଥିଲେ । ତେବେ ଏହି ଘଟଣାକୁ ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ସୂଚନା ଦେଇଥିଲେ । ତେବେ ଏନେଇ ଘଟଣା ସ୍ଥଳରେ ରୋନାଲିଙ୍କ ସମେତ ବଳରାମ ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସାଥୀରେ ପୋଲିସକୁ ନେଇ ଛାତ୍ରୀ ନିବାସକୁ ଯାଇଥିଲେ ।

ତେବେ ସେଠାରେ ବନ୍ଧା ହୋଇଥିବା କୁକୁରକୁ ଉଦ୍ଧାର କରାଯାଇଥିବା ବେଳେ ହଷ୍ଟେଲ ୱାର୍ଡେନ ଏବଂ କେତେକ ଛାତ୍ରଛାତ୍ରୀ ବିରୋଦ୍ଧ କରିବା ସହ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ସେଠାରେ ଦୁଇଟି କୁକୁରକୁ ଉଦ୍ଧାର କରାଯାଇ ପାରିନଥିବା କୁହାଯାଇଛି । ଏନେଇ ବ୍ରହ୍ମପୁର ଏସପିଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 28, 2022, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.