ETV Bharat / city

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Jun 10, 2022, 7:17 AM IST

ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିଲା। ଅଧିକ ପଢ଼ନ୍ତୁ

district level natural calamities committee meeting in berhampur
ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ଆଗକୁ ବର୍ଷାଋତୁ ଆସୁଥିବାରୁ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆୟୋଜିତ ହୋଇଯାଇଛି । ବିପର୍ଯ୍ୟୟ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟର ମୁକାବିଲା ଦିଗରେ ବିଭିନ୍ନ ଗୋଷ୍ଠୀ ମାନଙ୍କୁ ସାମିଲ କରି କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ ପଞ୍ଚାୟତରେ ପ୍ରାୟ ୨୦ଜଣ ମହିଳାଙ୍କୁ ସମସ୍ତ ବିପର୍ଯ୍ୟୟ ମୁକାବିଲାର ପ୍ରଶିକ୍ଷଣ ଦେବା ଜରୁରୀ ବୋଲି କୁହାଯାଇଛି ।

ବିଦ୍ୟାଳୟ ମାନଙ୍କରେ ପ୍ରତି ଶନିବାର ଦିନ ଅଧ ଘଣ୍ଟା ଶିକ୍ଷକମାନେ ବିପର୍ଯ୍ୟୟ ସମ୍ବନ୍ଧରେ ସମ୍ପୃକ୍ତ ଗଣ ସଚେତନତା କରି ଏହାର ମୁକାବିଲା ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରିବା ଜରୁରୀ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବେ । ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ଯୋଜନା ବାସ୍ତବ ରୂପେ ପ୍ରସ୍ତୁତ କରି ରଖିବା ସହିତ କ୍ଷେତ୍ର ସ୍ତରରୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିପର୍ଯ୍ୟୟ ସମୟରେ ଯେଉଁ ସବୁ ପ୍ରତିବନ୍ଧକ ମାନ ଦେଖାଯାଏ ତାହାକୁ ଭିତ୍ତି କରି ପୂର୍ବରୁ ସଜାଡିବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ,ପୌରାଞ୍ଚଳ ଏବଂ ମହାନଗର ନିଗମ ଅଞ୍ଚଳ, କମିଶନର ସ୍ତରରେ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ କୁହାଯାଇଛି ।

ଜିଲ୍ଲାର ଯେଉଁ ଅଞ୍ଚଳ ଗୁଡିକରେ ମୋବାଇଲ ଟାଓ୍ବାର ପାଉ ନାହିଁ ତାର ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଆଧାର କରି ଟାଓ୍ବାର କିଭଳି ଉପଲବ୍ଧ ହେବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ସ୍ତରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମହାନଗର ଅଞ୍ଚଳରେ କମିଶନର ନିଜନିଜ ସ୍ତରରେ ବୈଠକ କରି ଏସମ୍ପର୍କରେ ସମସ୍ତ ସୂଚନା ନିଜ ଅଧିନସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାଇବେ ଏବଂ ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ଅବଗତ ହେବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଏହି ଜରୁରୀକାଳୀନ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଉପସ୍ଥିତ ରହି ନିଜ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଏହାର ମୁକାବିଲା ଦିଗରେ ଆବଶ୍ୟକୀୟ ବିହିତ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.