ETV Bharat / city

ନିର୍ଭୁଲ ଭୋଟର ତାଲିକାର ପ୍ରକାଶ ପାଇଁ ରାଜନୈତିକ ଦଳ ସହ ଜିଲ୍ଲାପାଳଙ୍କ ବୈଠକ

author img

By

Published : Nov 3, 2021, 8:15 AM IST

ସମ୍ପୁର୍ଣ୍ଣ ନିର୍ଭୁଲ ଭୋଟର ତାଲିକାର ପ୍ରକାଶ ନିମନ୍ତେ ରାଜନୈତିକ ଦଳଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୨ ଜାନୁଆରୀ ପହିଲା ତାରିଖରେ ସମ୍ପୁର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ କରାଯିବ । ଅଧିକ ପଢନ୍ତୁ..

ନିର୍ଭୁଲ ଭୋଟର ତାଲିକାର ପ୍ରକାଶ ପାଇଁ ରାଜନୈତିକ ଦଳଙ୍କ ସହ ବୈଠକ

ବ୍ରହ୍ମପୁର: ସମ୍ପୁର୍ଣ୍ଣ ନିର୍ଭୁଲ ଭୋଟର ତାଲିକାର ପ୍ରକାଶ ନିମନ୍ତେ ରାଜନୈତିକ ଦଳଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୨ ଜାନୁଆରୀ ପହିଲା ତାରିଖରେ ସମ୍ପୁର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ କରାଯିବ । ଏଥି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ପ୍ରସ୍ତୁତି ଚାଲିଛି । ଏହି ଭୋଟର ତାଲିକା କିପରି ସମ୍ପୂର୍ଣ୍ଣ ନିର୍ଭୁଲ ପ୍ରକାଶନ ହୋଇପାରିବ । ସେଥି ନିମନ୍ତେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୧.୧୧.୨୦୨୧ ରିଖରେ ଭୋଟର ତାଲିକାର ପ୍ରକାଶନ କରାଯାଇଛି । ଏହି ଭୋଟର ତାଲିକାରକୁ ଯାଞ୍ଚ କରି ଚଳିତ ମାସ ୩୦.୧୧.୨୦୨୧ ସୁଦ୍ଧା ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି ନିମେନ୍ତ ଆବେଦନ କରିପାରିବେ ।

ସେହି ସମୟରେ ସମସ୍ତ ବୁଥ୍ ଗୁଡିକରେ ୭.୧୧.୨୦୨୧ ଏବଂ ୨୧.୧୧.୨୦୨୧ ଏହି ଦୁଇଟି ରବିବାର ଦିନ ସ୍ୱତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମରେ ଭୋଟରଗଣ ସେମାନଙ୍କ ଭୋଟ ତାଲିକାର ସମ୍ପୂର୍ଣ୍ଣ ସଂଶୋଧନ କରିପାରିବେ । ୨୦.୧୨.୨୦୨୧ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଗୁଡିକର ଫଇସଲା କରାଯାଇ ସଂଶୋଧନ ହେବ । ଆସନ୍ତା ବର୍ଷ ୫.୧.୨୦୨୨ ତାରିଖ ଦିନ ଚୁଡାନ୍ତ ସମ୍ପୁର୍ଣ୍ଣ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ହେବ । ଯେଉଁ ମାନଙ୍କର ବୟସ ୧୮-୧୯ ବର୍ଷ ସେମାନେ ନୂତନ ଭାବେ ନିଜ ନାମ ଭୋଟର ତାଲିକାରେ ସଂଯୋଗ କରିପାରିବେ । ଭୋଟଦାତା ମାନଙ୍କର ସୁବିଧା ପାଇଁ ଚଳିତଥର ପ୍ରଥମ କରି ଭୋଟର ହେଲପିଙ୍ଗ ଆପ୍ ସୃଷ୍ଟି କରାଯାଇଅଛି ।

ପ୍ରତ୍ୟେକ ଭୋଟଦାତା ଏହି ଭୋଟର ହେଲପିଙ୍ଗ ଆପ୍ ଡାଉନଲୋଡ୍ କରି ସେମାନେ ଭୋଟର ତାଲିକାର ତଥ୍ୟ ପାଇପାରିବେ । ଏହି ଆପ୍ ଜରିଆରେ ନିଜ ନାମ ସଂଯୋଗ କରିପାରିବେ । ଆବଶ୍ୟକ ହେଲେ ସେହି ଆପ୍ ଜରିଆରେ ଡାଉନଲୋଡ୍ କରିପାରିବେ । ଏହି ସମସ୍ତ ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳର ସହଯୋଗ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ କହିଥିଲେ । ଚଳିତ ଥର ପ୍ରଥମ କରି ଅନଲାଇନ ଆପ୍ ହେଉଥିବା ହେତୁ ଏହାର ବହୁଳ ବ୍ୟବହାର ଯେପରି ହୋଇପାରିବ । ଏହା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.