ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଲେ ଯୁବଶିଳ୍ପୀ, ଉପହାର ଦେଲେ 4 ଇଞ୍ଚର ମନ୍ଦିର

author img

By

Published : Apr 6, 2022, 8:48 AM IST

କାଠରେ ତିଆରି କରିଥିବା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଅବିକଳ ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ଦିଲ୍ଲୀପ ମହାରଣା । ଅଧିକ ପଢନ୍ତୁ

ପୂରଣ ହେଲା ଇଚ୍ଛା, ମୁଖ୍ୟମନ୍ତ୍ରୀଙ୍କୁ ୪ଇଞ୍ଚର ତାରାତାରିଣୀ ମନ୍ଦିରର ଅବିକଳ ପ୍ରତିକୃତିକୁ ଉପହାର ଦେଲେ ଦିଲ୍ଲୀପ

ବ୍ରହ୍ମପୁର: ଚୈତ୍ର ମଙ୍ଗଳବାର ଯାତ୍ରା ଉପଲକ୍ଷେ 4 ଇଞ୍ଚ ଉଚ୍ଚତା ବିଶିଷ୍ଟ ମାଁ ତାରାତାରିଣୀଙ୍କ ଅବିକଳ ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଇଛନ୍ତି ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ଦିଲ୍ଲୀପ ମହାରଣା। ଦିଲ୍ଲୀପ ମୁଖ୍ୟମନ୍ତ୍ରୀଙ୍କୁ ରାଜଧାନୀ ଭୁବନେଶ୍ଵର ନବୀନ ନିବାସ ଠାରେ ସାକ୍ଷାତ କରି ନିଜର ମନରେ ରଖିଥିବା ଆଶାକୁ ପୂରଣ କରିବା ସହ ଚୈତ୍ର ମଙ୍ଗଳବାର ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ହାତ ତିଆରି କାଠର ମାଁ ତାରାତାରିଣୀ ମନ୍ଦିରକୁ ପ୍ରଦାନ କରିଛନ୍ତି।

ଗତକାଲି(ମଙ୍ଗଳବାର) ମା ତାରାତାରିଣୀଙ୍କର ଚୈତ୍ର ମାସ ତୃତୀୟ ମଙ୍ଗଳବାର ଅବସରରେ ଏହି କାଷ୍ଠ ନିର୍ମିତ କ୍ଷୁଦ୍ର କଳାକୃତିକୁ ଭେଟି ଦେବାର ସୋଭାଗ୍ୟ ପାଇଥିଲେ ଦିଲ୍ଲୀପ । ଦୁଇଦିନ ତଳେ ଶିଳ୍ପୀ ଦିଲିପ ମହାରଣା ଏହି 4 ଇଞ୍ଚ ବିଶିଷ୍ଟ ଅନନ୍ୟ କଳାକୃତି କରି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲେ । ଗଣମାଧ୍ୟମ ଓ ସାମାଜିକ ଗଣାଧ୍ୟମର ବହୁଳ ପ୍ରଚାର ପ୍ରସାର ପରେ ଗଞ୍ଜାମ ଜିଲ୍ଲାପାଳଙ୍କର ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଡାକରା ଆସିଥିଲା । ଆଜି ନବୀନ ନିବାସରେ ପହଞ୍ଚି ଏହି କଳାକୃତିକୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ବହୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ରେ ଏହିଭଳି ଆହୁରି ଅନେକ କିର୍ତ୍ତିମାନ କରି ରାଜ୍ୟ ପାଇ ଏବଂ ଗଞ୍ଜାମ ପାଇ ଗୌରବ ଆଣିବେ ବୋଲି ଶୁଭେଛା ଜଣାଇଥିଲେ ।ଏହାସହ ଉପହାର ସ୍ବରୂପ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆର ଜର୍ସି ଓ ୧୦ ହଜାର ଧନ ରାଶି ସହଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଯୁବଶିଳ୍ପୀଙ୍କ କମାଲ: କାଠରେ ତାରାତାରିଣୀ ମନ୍ଦିରର ଅବିକଳ ପ୍ରତିକୃତି, ପୂର୍ବରୁ ହାତେଇଛନ୍ତି India Book Of Records

ମୁଖ୍ୟମନ୍ତ୍ରୀଙ୍କ ସହ ଭି କାର୍ତ୍ତିକେୟନ ପଣ୍ଡିଆନ ମଧ୍ୟ ଉପସ୍ଥିତ ରହି ଏହି କଳାକୃତିର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ଯୋଗଯୋଗ କରି ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇ ପ୍ରତିଶୁତି ଦେଇଥିଲେ। ଏହି ସଫଳତା ପାଇଁ ଦିଲ୍ଲୀପ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ପ୍ରତିନିଧି ଓ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.