ETV Bharat / city

ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଦିବ୍ୟଜ୍ୟୋତି ପରିଡ଼ା

author img

By

Published : Jun 20, 2022, 2:48 PM IST

ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା ।ଆଜି(ସୋମବାର) ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀଯୁକ୍ତ ପରିଡ଼ା । ଅଧିକ ପଢନ୍ତୁ

ଗଞ୍ଜାମର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଆଜି(ସୋମବାର) ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସ୍ବାଗତ କରାଯିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ,"ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିଭିନ୍ନ ବିଭାଗ ସହ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯିବ । ଜିଲ୍ଲାବାସୀ କିଭଳି ସମସ୍ତ ପ୍ରକାରର ସରକାରୀ ସୁବିଧା ପାଇପାରିବେ ସେ ନେଇ ଦୃଷ୍ଟି ଦେବି ।"

ସୂଚନାଅନୁସାରେ, ଦିବ୍ୟଜ୍ୟୋତି ପରିଡ଼ା ଏହାପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଦିବ୍ୟଜ୍ୟୋତି ୨୦୧୬ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହୋଇଥିବା ବେଳେ ସମ୍ବଲପୁରରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ଅନ୍ୟପଟେ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏହି ଅବସରରେ ସମସ୍ତ ଅଧିକାରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.