ବ୍ରହ୍ମପୁର: ଦାବି ଜଣାଇବାର ନୂଆ ଫର୍ମୁଲା ଘଣ୍ଟଯାତ୍ରା । ଘଣ୍ଟ ବାଡେଇ କରାଯାଉଛି ପ୍ରତିବାଦ ଓ ଜଣାଯାଉଛି ଦାବି । ଏପରି ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦାବି ଜଣାଇବାର ଏଭଳି କୌଶଳ ଆପଣାଯାଇଛି ।
ଘଣ୍ଟ ବାଡେଇବା ସହ ମଞ୍ଚ ଦାବି କରିଛି, ଘରୋଇ ଶିକ୍ଷାନୁଷ୍ଠାନ ଓ ମେଡିକାଲରେ ଗୋଟିଏ ବ୍ୟକ୍ତି ଖର୍ଚ୍ଚ କରୁଥିବା ପଇସାକୁ ସରକାର ଫେରସ୍ତ କରନ୍ତୁ । ଏଥିଲାଗି ‘ପେ ମାଁଇ ବିଲ୍’ ନାମକ ଏକ କ୍ୟାମ୍ପେନ ଚଲାଇବା ସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟକୁ ଦାବି ପତ୍ର ପଠାଇଛି ।
୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ଏବଂ ୨୦୧୭ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ଦ୍ୱାରା ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନିଶୁଃଳ୍କ ଘୋଷଣା କରାଯାଇଥିବାରୁ ଘରୋଇ କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ସରକାର ଫେରାନ୍ତୁ ବୋଲି ମଞ୍ଚ ଦାବି କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ