ETV Bharat / city

ପ୍ରାଥମିକ ଶିକ୍ଷକଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦାବି କଲା ସଙ୍ଘ - କୋରୋନା ସଂକ୍ରମିତ

ଗଞ୍ଜାମ ଜିଲ୍ଲାରେ କୋଭିଡ 19 ମହାମାରୀରେ କାର୍ଯ୍ୟ କରୁଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ ଦାବି କରିଛି ସଂଘ । ଅଧିକ ଖବର ପଢନ୍ତୁ...

ପ୍ରାଥମିକ ଶିକ୍ଷକଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦାବୀ କଲା ସଙ୍ଘ

author img

By

Published : Jul 29, 2020, 11:11 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ କୋଭିଡ 19 ମହାମାରୀରେ କାର୍ଯ୍ୟ କରୁଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ ଦାବି କରିଛି ସଂଘ ।

ସଂଘ ପକ୍ଷରୁ ଏହି ଅବସରରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ପହଞ୍ଚି ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କୁ ବୀମା ପ୍ରଦାନ କରିବା , କୋରୋନା ସଂକ୍ରମିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ଏବଂ ସିସିଏଚ ନିଯୁକ୍ତି ରୁ ବାଦ କରିବା ଦାବି ଭଳି ପାଞ୍ଚ ଦଫା ବିଶିଷ୍ଟ ଏକ ସ୍ମାରକପତ୍ର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ପ୍ରଦାନ କରାଯାଇଛି ।

ପ୍ରାଥମିକ ଶିକ୍ଷକଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦାବୀ କଲା ସଙ୍ଘ

ସଂଘର ସଭାପତି ଶଶାଙ୍କ କୁମାର ପ୍ରଧାନଙ୍କ ନେତୃତ୍ବରେ ଏହି ଅବସରରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଉପସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ଛତ୍ରପୁର ଜୋନ ସଭାପତି ପୂର୍ଣ୍ଣଚନ୍ଦ୍ର ମହାରଣା, ଛତ୍ରପୁର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, କୁକୁଡ଼ାଖଣ୍ଡି ବ୍ଲକ ସମ୍ପାଦକ ସାରଥୀ ପାତ୍ର, ଖଲ୍ଲିକୋଟ ବ୍ଲକ ସମ୍ପାଦକ ମଧୁଚରଣ ସେଠୀ ଓ ପୁରୁଷୋତ୍ତମପୁର ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ସମେତ ବହୁ ସଭ୍ୟମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.