ETV Bharat / city

ପୁଣି ଚର୍ଚ୍ଚାରେ ଦୀପିକାଙ୍କ ଆନ୍ଦୋଳନ, ଶାଶୁ ପାଲ ଚିରି ଦେଇଥିବା ଅଭିଯୋଗ

author img

By

Published : Oct 7, 2022, 4:52 PM IST

ପୁଣି ଚର୍ଚ୍ଚାରେ ଦୀପିକାଙ୍କ ଆନ୍ଦୋଳନ । ଧାରଣାରତ ସ୍ଥାନରେ ଶାଶୁଘର ପରିବାର ବର୍ଗ ତାରପାଲ ଚିରି ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ଦୀପିକାଙ୍କ ଆନ୍ଦୋଳନ , ଶାଶୁ ପାଲ ଚିରି ଦେଇଥିବା ଅଭିଯୋଗ

ବ୍ରହ୍ମପୁର: ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ସହରରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଦୀପିକାଙ୍କ ଆନ୍ଦୋଳନ । ଅଗଷ୍ଟ 2 ତାରିଖରୁ ବ୍ରହ୍ମପୁର ସହରର ଦେଶୀ ବେହେରା ସାହିରେ ପ୍ରେମିକା ଘର ସମ୍ମୁଖରେ ବସି ରହିଛନ୍ତି ଦୀପିକା । ଦିନେଶଙ୍କ ଘର ସାମ୍ନାରେ ଦୀପିକା ପାଲ ଟାଣି ଧାରଣାରେ ବସିଛନ୍ତି । ବର୍ତ୍ତମାନ ଦିନେଶଙ୍କ ପରିବାର ଲୋକେ ଏହି ପାଲ ଚିରି ଦେଇଥିବା ଅଭିଯୋଗ ହୋଇଛି। ନିଜ ସନ୍ତାନକୁ ବାପାର ପରିଚୟ ପ୍ରଦାନ କରିବାକୁ ଦାବି କରି ଧାରଣାରେ ବସି ରହିଥିବା ବେଳେ ପ୍ରେମିକ ଦିନେଶର ପରିବାରବର୍ଗ ଘରେ ତାଲା ପକାଇ କେଉଁଆଡେ ଚାଲି ଯାଇଥିଲେ ।

ହେଲେ ଗୁରୁବାର ଦିନେଶଙ୍କ ପରବାର ବର୍ଗ ନିଜ ଘରକୁ ଯାଉଥିବା ବେଳେ ତାଙ୍କ ଘର ଫାଟକରେ ସେମାନେ ପକାଇ ଥିବା ତାଲା ଉପରେ ଆଉ ଗୋଟିଏ ଲୁହାର ଚେନ୍ ପକାଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ତାଲା କିଏ ପକାଇଛି ବୋଲି ଦିନେଶଙ୍କ ବାପା ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଶାଶୂଘର ଲୋକେ ଘର ଭିତରକୁ ପ୍ରବେଶ କରିବା ସମୟରେ ଦୀପିକାଙ୍କ ଧାରଣାସ୍ଥଳର ଜରିପାଲ ଚିରି ଦେଇଥିବା ଅଭିଯୋଗ ହୋଇଛି । ପାଖାପାଖି ୬୫ ଦିନ ଧରି ଦୀପିକା ଖରା ବର୍ଷାରେ ଦିନେଶଙ୍କ ପତ୍ନୀ ଭାବରେ ସ୍ୱୀକୃତି ପାଇବାକୁ ଦାବି କରି ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ଧରି ପ୍ରେମିକ ଦିନେଶଙ୍କ ଘର ସମ୍ମୁଖରେ ଧାରଣା ଦେଇଥିବା ବେଳେ ଆଜିର ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସହିର କେ.ଦିନେଶ ବ୍ରହ୍ମପୁର ସହରର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟଙ୍କ ଏକ ପୁତ୍ର ସନ୍ତାନ ହୋଇଥିଲା । ହେଲେ ପୁତ୍ର ସନ୍ତାନ ଜନ୍ମଗ୍ରହଣ ପରେ ସଂପୃକ୍ତ ଯୁବତୀଙ୍କୁ କେ.ଦିନେଶ ଏବଂ ତାର ପରିବାର ଗ୍ରହଣ କରୁନଥିବା ଏବଂ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ହଟିଯିବାକୁ କହୁଥିବା ଅଭିଯୋଗ ହୋଇଛି। ଶେଷରେ ନିଜ ପ୍ରେମିକ କେ.ଦିନେଶର ବାହାଘର ସ୍ଥିର ହୋଇଥିବା ଜାଣିବା ପରେ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ ଦୀପିକା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.