ବ୍ରହ୍ମପୁର: ଗତ କିଛି ଦିନର ନିରବତା ପରେ ପୁଣି ଥରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁରରେ ସକ୍ରିୟ ହୋଇପଡିଛନ୍ତି ଅପରାଧୀ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ମୁଖ୍ୟବଜାର ନିକଟରେ ରହିଥିବା ଏକ ମଦ ଦୋକାନ ନିକଟରେ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁବୁର୍ତ୍ତ । ଏହି ଆକ୍ରମଣରେ ଟୁଟୁ ହାତୀ ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି ।
ଟୁଟୁଙ୍କ ହାତରେ ଜୋରରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଘଟଣାସ୍ଥଳରୁ ସ୍ଥାନିୟ ଲୋକେ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ରେ ଭର୍ତ୍ତୀ କରାଯାଇଛି ।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହାର ତଦନ୍ତ କରୁଛି ପୋଲିସ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ