ETV Bharat / city

ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ରେଳଧାରଣା ନିକଟରୁ ବ୍ରହ୍ମପୁରର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର। ପରିବାରବର୍ଗଙ୍କ ହତ୍ୟା ସନ୍ଦେହ। ପୋଲିସର ଛାନଭିନ ଆରମ୍ଭ। ଅଧିକ ଖବର ପଢନ୍ତୁ...

_railway track
ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
author img

By

Published : Feb 4, 2020, 9:58 PM IST

ବ୍ରହ୍ମପୁର: ରେଳଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଏପରି ଅଘଟଣ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ବ୍ରହ୍ମପୁରର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ବର ନାୟକ (୨୭)। ତାଙ୍କର ମୃତଦେହ ରେଳଧାରଣା ନିକଟରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ବୟଂଶାସିତ କଲେଜର ମହିଳା ହଷ୍ଟେଲରେ ଚୌକିଦାର ଭାବେ କାର୍ଯ୍ୟରତ। ଏହାସହ ଗଣପତି ନିଜ ପରିବାର ସହ ହଷ୍ଟେଲ ପରିସରରେ ରହି ଆସୁଥିଲେ।

ଗତକାଲି ରାତି ୯ଟା ସମୟରେ ଗଣପତି ନିଜ ପୁଅ ଭୁବନେଶ୍ବରକୁ ଏଟିଏମକୁ ଟଙ୍କା ପାଇଁ ପଠାଇଥିଲେ। ହେଲେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ସେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ। ହେଲେ ସାରା ରାତି ଫୋନ କଲା ପରେ ମଧ୍ୟ କେହି ଉଠାଇ ନଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖବର ପାଇବା ପରେ ରେଳବାଇ ପୁଲିସ ଓ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନିକଟରୁ ଏକାଧିକ ମଦ ବୋତଲ ପଡିଥିବା ବେଳେ ଅନ୍ୟପଟେ ପରିବାରବର୍ଗ ଭୁବନେଶ୍ବରଙ୍କୁ ହତ୍ୟାକରି ଏଠାରେ ଫିଙ୍ଗି ଦିଆଯାଇଛି ଅଭିଯୋଗ କରିଛନ୍ତି। ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ଏହାର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ବିଭାଗର ଅଧ୍ୟାପକ ଭୁବନେଶ୍ୱର ନାୟକ ଙ୍କ ମୃତଦେହ
ରେଳଧାରଣା ନିକଟରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ସହରର ଖୋଡାସିଂ ସ୍ଥିତ ରେଳଧାରଣା ନିକଟରୁ ଅଧ୍ୟାପକ ଭୁବନେଶ୍ୱର ନାୟକ  (୨୭) ଙ୍କ ମୃତଦେହ ଠାବ ହୋଇଛି। ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ମହିଳା ହଷ୍ଟେଲରେ ଚୌକିଦାର ଭାବେ କାର୍ଯ୍ୟରତ ଥିବା ବେଳେ ଗଣପତି ନିଜ ପରିବାର ସହ ହଷ୍ଟେଲ ପରିସରରେ ରହି ଆସୁଥିଲେ । ଗତକାଲି ରାତି ୯ଟା ସମୟରେ  ବାପା ଗଣପତି ନିଜ ପୁଅ ଭୁବନେଶ୍ବର କୁ ଏଟିଏମରେ ଟଙ୍କା ବାନ୍ଧିବାକୁ ଯାଇଥିବା ବେଳେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ସେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିବା ବେଳେ ସାରା ରାତି ଫୋନ କଲା ପରେ ମଧ୍ୟ କେହି ଉଠାଇ ନଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇବା ପରେ ରେଳବାଇ ପୁଲିସ ଓ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଦେହ ନିକଟରୁ ଏକାଧିକ ମଦ ବୋତଲ ପଡିଥିବା ବେଳେ ଅନ୍ୟପଟେ ପରିବାର ବର୍ଗ ଭୁବନେଶ୍ୱରଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ଏହାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।
Body:ବାଇଟ୍-ଗଣପତି ନାୟକ(ମୃତକଙ୍କ ବାପା)
ବାଇଟ୍-(ତଦନ୍ତ ଅଧିକାରୀ)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.