ETV Bharat / city

ଘୋଡାହଡ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

author img

By

Published : Nov 13, 2020, 12:51 AM IST

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗାଁ ଦେଇ ପ୍ରବାହିତ ଘୋଡାହାଡ଼ ନଦୀତଟରୁ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଘୋଡାହଡ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
ଘୋଡାହଡ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ବ୍ରହ୍ମପୁର: ଘୋଡାହଡ ନଦୀରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗାଁ ଦେଇ ପ୍ରବାହିତ ଘୋଡାହାଡ଼ ନଦୀତଟରୁ ଏହି ଗାଁର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଖଲିଙ୍ଗି ଗାଁର ୩୫ ବର୍ଷୀୟ ଶଙ୍କର ଲେଙ୍କା ବୋଲି ଜଣାପଡିଛି ।

ଘୋଡାହଡ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୂଚନା ଅନୁଯାୟୀ ଶଙ୍କର ବୁଧବାର ସନ୍ଧ୍ୟାରେ ଘରୁ ବାହାରକୁ ବୁଲିବା ପାଇଁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ତେବେ ଶଙ୍କରଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୈଣସି ସନ୍ଧାନ ମିଳିନଥିଲା ।

ଗୁରୁବାର ନଦୀକୁ ଶୌଚ ପାଇଁ ଯାଇଥିବା କିଛି ଯୁବକ ଘୋଡାହାଡ଼ ନଦୀତଟରେ ଶଙ୍କରଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଶଙ୍କରଙ୍କ ପରିବାରକୁ ଖବର ଦିଆଯାଇଥିଲା । ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.