ETV Bharat / city

ଏକ୍ସପ୍ରେସ ଟ୍ରେନ ରହଣୀ ଦାବିରେ ବ୍ରହ୍ମପୁରରେ CPIMର ବିକ୍ଷୋଭ - CPIM

ପାସେଞ୍ଜର ଟ୍ରେନରେ ଉଚିତ୍ ଉଡା ଓ ଏକ୍ସପ୍ରେସ ଟ୍ରେନର ରହଣୀ ଦାବି କରି ବ୍ରହ୍ମପୁରରେ ସିପିଆଇଏମର ବିକ୍ଷୋଭ ଓ ପ୍ରତିବାଦ ହୋଇଛି । ଅଧିକ ପଢ଼ନ୍ତୁ

ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସିପିଆଇଏମର ବିକ୍ଷୋଭ

author img

By

Published : Sep 16, 2022, 12:17 PM IST

ବ୍ରହ୍ମପୁର: ପାସେଞ୍ଜର ଟ୍ରେନରେ ଉଚିତ୍ ଉଡ଼ା ଓ ଏକ୍ସପ୍ରେସ ଟ୍ରେନର ରହଣୀ ଦାବି କରି ବ୍ରହ୍ମପୁରରେ ସିପିଆଇଏମର ବିକ୍ଷୋଭ ଓ ପ୍ରତିବାଦ ହୋଇଛି । କୋରୋନା ମହାମାରୀର ପରବର୍ତ୍ତୀ ଅବସ୍ଥାରେ ଜୀବନଯାତ୍ରା ଏବେ ସ୍ୱାଭାବିକ ହୋଇଛି । ଫଳରେ ଯାତାୟତ କରିବା ସୁବିଧା ହେଉଛି । ତେବେ ପାସେଞ୍ଜର ଟ୍ରେନରେ ଉଚିତ୍ ଉଡ଼ା ଏବଂ ବ୍ରହ୍ମପୁରରେ ଏକ୍ସପ୍ରେସ ଟ୍ରେନର ରହଣୀ ଅର୍ଥାତ କୋଭିଡ ପୂର୍ବରୁ ଯେମିତି ଟ୍ରେନ ରହୁଥିଲା ତାହା କାର୍ଯ୍ୟାକାରୀ କରିବାକୁ ଦାବି ହେଉଛି ।

ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସିପିଆଇଏମର ବିକ୍ଷୋଭ

ଏହାସହ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ପୁଣି ତୁରନ୍ତ ଚଲାଇବାକୁ ଦାବି ଉଠିଛି । ଏନେଇ ଗୁରୁବାର ବ୍ରହ୍ମପର ଷ୍ଟେସନ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଏହି ବିକ୍ଷୋଭରେ ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ପୁନଃ ଚଳାଚଳ ବ୍ୟବସ୍ଥା କରିବା, ପାସିଞ୍ଜର ଟ୍ରେନରେ ପାସିଞ୍ଜର ଭଡା ନେବାସହ ଏକ୍ସପ୍ରେସ ଟ୍ରେନର ସମସ୍ତ ରେଳଷ୍ଟେସନରେ ରହଣୀ ବ୍ୟବସ୍ଥା କରିବା, କୋରୋନା ସମୟରେ ବାତିଲ ହୋଇଥିବା ବରିଷ୍ଠ ନାଗରିକ, ମହିଳା ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ରିହାତି ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକାରୀ କରିବା, ରେଳ ବିଭାଗରେ ଖାଲି ରହିଥିବା ପଦବୀରେ ତୁରନ୍ତ ନିଯୁକ୍ତ କରିବା ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ କରିଥିଲା ।

ସୂଚନା ଥାଉକି, ଆଗରୁ ଏହି ପାସେଞ୍ଜର ଟ୍ରେନରେ ଭଡ଼ା ୩୦ ଟଙ୍କା ଦେଇ ଯାଉଥିବା ବେଳେ ଏବେ ଏହାର ଭଡ଼ା ୭୦ ଟଙ୍କାରେ ପହଞ୍ଚିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସିପିଆଇଏମ । ଏହାସହ ସିପିଆଇଏମ୍ ପକ୍ଷରୁ ପୂର୍ବତଟ ରେଳବାଇ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରତିବାଦ କରୁଥିବା ସିପିଆଇଏମ୍ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.