ETV Bharat / city

କୋଭିଡ ସେଲ ହେଲ୍ପଲାଇନ ନମ୍ବର ଜାରି କଲା ଗଞ୍ଜାମ ପ୍ରଶାସନ - covid-19 cell help line number

ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ କେୟାର-୧୯ ସେଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ୨୪ ଘଣ୍ଟିଆ ହେଲ୍ପଲାଇନ୍ ମୋବାଇଲ ନମ୍ବର (୮୧୧୮୦୬୬୩୭୦)। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

covid-19 cell help line number
covid-19 cell help line number
author img

By

Published : Jul 9, 2020, 10:29 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଏଭଳି ସମୟରେ ଜିଲ୍ଲାରେ ରହିଥିବା କୋଭିଡ୍‌ କେୟାର-୧୯ ସେଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ।

କୋଭିଡ୍ ସେଲ ହେଲ୍ପଲାଇନ୍ ନମ୍ବର ଜାରି କଲା ଗଞ୍ଜାମ ପ୍ରଶାସନ

ଜିଲ୍ଲାର ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା କୋଭିଡ୍ କେୟାର ସେଣ୍ଟର ସମେତ ଭଞ୍ଜନଗର ଓ ହିଞ୍ଜିଳିକାଟୁର କୋଭିଡ୍ କେୟାର ସେଣ୍ଟରରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ତେବେ ଏଠାରେ କୌଣସି ବ୍ୟକ୍ତିବିଶେଷଙ୍କର କୌଣସି ସମସ୍ୟା ହେଲେ କିମ୍ବା କୌଣସି ବିଷୟରେ ପ୍ରଶାସନକୁ ଅବଗତ କରିବାକୁ ଚାହୁଁଥିଲେ ଏହି ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଟ୍ବିଟ୍ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।

ଏଥିସହ କୌଣସି ଲକ୍ଷଣ, ହୋମ୍ କ୍ବାରେଣ୍ଟାଇନ୍ ସମସ୍ୟା ସମ୍ପର୍କରେ ହେଲ୍ପ ଲାଇନ ନମ୍ବରକୁ ଅବଗତ କରାଯାଇ ପ୍ରଶାସନକୁ ସିଧାସଳଖ ଅବଗତ କରିପାରିବେ । ୨୪ ଘଣ୍ଟିଆ ହେଲ୍ପଲାଇନ୍ ମୋବାଇଲ ନମ୍ବର ୮୧୧୮୦୬୬୩୭୦ ରହିଛି ।

ଗତ କିଛି ଦିନ ମଧ୍ୟରେ ଜିଲ୍ଲାର କୋଭିଡ୍ କେୟାର ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟର ପରିସରରେ ପାନୀୟ ଜଳ ଠାରୁ ଆରମ୍ଭ କରି ପ୍ରଦାନ କରାଯାଉଥିବା ଖାଦ୍ୟ ଏବଂ ପରିମଳ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ସଂପର୍କରେ ଭିଡିଓ ଭାଇରାଲ ହୋଇଛି ।

ଏହାକୁ ନେଇ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଏହାସହ ଏକ କଣ୍ଟ୍ରୋଲ ରୁମ୍ କରାଯାଇ ଜିଲ୍ଲାସ୍ତରୀୟ ତିନି ଜଣ ଅଧିକାରୀ ଏବଂ ଏକ ଟିମ୍ ଚିକିତ୍ସିତ ବ୍ୟକ୍ତିବିଶେଷଙ୍କ ସହ ନିୟମିତ ଭାବରେ ଫୋନ୍ କରି ସ୍ବାସ୍ଥ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପରିମଳ ସମ୍ପର୍କରେ ପଚାରି ବୁଝିଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.