ETV Bharat / city

ପିପିଇ କିଟ୍ ନଥିବା କହି ରୋଗୀଙ୍କୁ ଛୁଇଁଲେନି ସ୍ବାସ୍ଥ୍ୟକର୍ମୀ, ଚାଲିଗଲା ଜୀବନ !

ଚିକିତ୍ସା ଅବହେଳାରୁ ପୁଣି ଥରେ ଏକ କୋଭିଡ କେୟାର ସେଣ୍ଟରରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ସିଟି ହସପିଟାଲ ନିକଟସ୍ଥ ବିଜୁ ପଟ୍ଟନାୟକ ହୋମିଓ ପାଥିକ କଲେଜ ନିକଟସ୍ଥ ସେଣ୍ଟରରେ । ଅଧିକ ପଢନ୍ତୁ..

author img

By

Published : Jul 31, 2020, 10:29 PM IST

ପିପିଇ କିଟ୍ ନଥିବା କହି ରୋଗୀଙ୍କୁ ଛୁଇଁଲେନି ସ୍ବାସ୍ଥ୍ୟକର୍ମୀ, ଚାଲିଗଲା ଜୀବନ !
ପିପିଇ କିଟ୍ ନଥିବା କହି ରୋଗୀଙ୍କୁ ଛୁଇଁଲେନି ସ୍ବାସ୍ଥ୍ୟକର୍ମୀ, ଚାଲିଗଲା ଜୀବନ !

ବ୍ରହ୍ମପୁର: ପୁଣି ଥରେ ଚିକିତ୍ସା ଅବହେଳାରୁ ଏକ କୋଭିଡ କେୟାର ସେଣ୍ଟରରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ସିଟି ହସପିଟାଲ ନିକଟସ୍ଥ ବିଜୁ ପଟ୍ଟନାୟକ ହୋମିଓ ପାଥିକ କଲେଜ ନିକଟସ୍ଥ ସେଣ୍ଟରରେ । ସହରର ରାଜୀବ ନଗର ୧ମ ଲାଇନ୍ ପଙ୍କଜ ବେହେରା ନାମକ ଜଣେ ୬୨ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ଗତ ଦୁଇ ଦିନ ଧରି ସାମାନ୍ୟ ଜ୍ୱର ରହିଥିବାରୁ କୋଭିଡ ପରୀକ୍ଷା କରିବା ପାଇଁ ନଗର ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସିଟି ହସପିଟାଲ କର୍ତ୍ତୁପକ୍ଷ ରୋଗୀଙ୍କ ଅକ୍ସିଜେନ୍ ଲେବଲ୍ କମ୍ ରହିଥିବା ଦର୍ଶାଇ ନିକଟସ୍ଥ ଏହି ସେଣ୍ଟରକୁ ଯାଇ ଅକ୍ସିଜେନ୍ ଚିକିତ୍ସା କରିବା ପାଇଁ ଆଣିଥିଲେ ।

ହେଲେ ସେଠାରେ ରହିଥିବା କର୍ମଚାରୀ ମାନେ ପିପିଇ କିଟ୍ ନଥିବା ଦର୍ଶାଇ ରୋଗୀଙ୍କୁ କୁଆଡେ ନଦେଖିବା ସହ ରୋଗୀଙ୍କୁ ଅକ୍ସିଜେନ୍ ଆବଶ୍ୟକ ରହିଥିବାରୁ ସେମାନେ ରୋଗୀଙ୍କ ସଂପର୍କୀୟ ଙ୍କୁ ହିଁ ଅକ୍ସିଜେନ୍ ଦେବା ପାଇଁ କହିଥିଲେ । ଏହା ପରେ ପରିବାର ବର୍ଗ ବହୁ କଷ୍ଟରେ ଏକ ପିପିଇ କିଟ୍ କ୍ରୟ କରି ସେଣ୍ଟରକୁ ଧରି ଆସିଥିଲେ ମଧ୍ୟ ସେଠାରେ କୌଣସି ଡାକ୍ତର ନଥିବା ବେଳେ କୌଣସି କର୍ମଚାରୀ ନଦେଖିବାରୁ ତାଙ୍କ ବାପା ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ମିଳିବା ପରେ ମୃତକଙ୍କ ପରିବାରଙ୍କ ସହ ସ୍ଥାନୀୟ ବିଜେପି ଦଳର କର୍ମକର୍ତ୍ତା ମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରି ଫେରିଥିବା ଦେଖାଯାଇଛି । ବ୍ରହ୍ମପୁର ସହର ସମେତ ଜିଲ୍ଲାରେ କୋରୋନା ରୂପକ ମହାମାରୀ ସମୟରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସ୍ୱାସ୍ଥ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.