ETV Bharat / city

ଓଭରବ୍ରିଜ୍ ନିର୍ମାଣ ଦାବିରେ ଆସନ୍ତାକାଲି ରାସ୍ତାରୋକ କରିବ କଂଗ୍ରେସ

author img

By

Published : Aug 18, 2022, 11:16 AM IST

ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ଓ ଓଭରବ୍ରିଜ୍ ନିର୍ମାଣ ଦାବିରେ ରାସ୍ତାରୋକ କରିବ କଂଗ୍ରେସ । ଆସନ୍ତା ୧୯ ତାରିଖ ଦିନ ୧୨ଟା ଠାରୁ ଦୁଇ ଘଣ୍ଟା ପାଇଁ ଜଗନ୍ନାଥପୁର ଜଙ୍ଗସନର ପୋକଡିବନ୍ଧ ଛକ ନିକଟରେ ଏହି ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ

ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଓଭରବ୍ରିଜ୍ ନିର୍ମାଣ ଦାବିରେ ରାସ୍ତାରୋକ କରିବ କଂଗ୍ରେସ

ବ୍ରହ୍ମପୁର: ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ଓ ଓଭରବ୍ରିଜ୍ ନିର୍ମାଣ ଦାବିରେ ରାସ୍ତାରୋକ କରିବ କଂଗ୍ରେସ । ଆସନ୍ତା ୧୯ ତାରିଖ ଦିନ ୧୨ ଟା ଠାରୁ ଦୁଇ ଘଣ୍ଟା ପାଇଁ ଜଗନ୍ନାଥପୁର ଜଙ୍ଗସନର ପୋକଡିବନ୍ଧ ଛକ ନିକଟରେ ଏହି ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ।

କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ବିଭାଗ ଅଧିନରେ ରହିଥିବା ୧୬ ନଂ ଜାତୀୟ ରାଜପଥର ଇଚ୍ଛାପୁର ଠାରୁ ପୁଇନ୍ତଳା ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ଓ ଓଭରବ୍ରିଜ୍ ନିର୍ମାଣର ଆବଶ୍ୟକ ରହିଛି । ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଏହି ଆନ୍ଦୋଳନର ଡାକରା ଦେଇଛି କଂଗ୍ରେସ । ଆସନ୍ତା ୧୯ ତାରିଖ ଦିନ ୧୨ଟା ଠାରୁ ଏହା ଦୁଇ ଘଣ୍ଟା ପାଇଁ ଜଗନ୍ନାଥପୁର ଜଙ୍ଗସନର ପୋକଡିବନ୍ଧ ଛକ ନିକଟରେ ରାସ୍ତାବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି । ଇଚ୍ଛାପୁର ଠାରୁ ପୁଇନ୍ତଳା ମଧ୍ୟରେ ଜନଗହଳି ପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ବିଭିନ୍ନ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହୋଇଥିବା ଅଭିଯୋଗ କରାଯାଇଛି । ତେବେ ଏହି ଆନ୍ଦୋଳନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ,ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅମୀୟ ପାଣ୍ଡବ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିଶ୍ବଜିତ ଦାଶ, ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.