ETV Bharat / city

ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ ଦାବୀରେ ରାସ୍ତାରୋକ ଆନ୍ଦୋଳନ କଲା କ°ଗ୍ରେସ - ବ୍ରହ୍ମପୁରରେ କ°ଗ୍ରେସର ଆନ୍ଦୋଳନ

୧୬ନଂ ଜାତୀୟ ରାଜପଥର ପ୍ରମୁଖ ସ୍ଥାନରେ ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ ଦାବୀରେ ବ୍ରହ୍ମପୁର ସହର ଉପକଣ୍ଠ ପୋକଡିବନ୍ଧ ଛକ ନିକଟରେ ରାସ୍ତାରୋକ ଆନ୍ଦୋଳନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

Congress protest for demanding construction of overbridge
ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ ଦାବୀରେ ରାସ୍ତାରୋକ ଆନ୍ଦୋଳନ କଲା କ°ଗ୍ରେସ
author img

By

Published : Aug 19, 2022, 8:02 PM IST

ବ୍ରହ୍ମପୁର: କଂଗ୍ରେସର ରାସ୍ତାରୋକ ଆନ୍ଦୋଳନ । ୧୬ନଂ ଜାତୀୟ ରାଜପଥର ପ୍ରମୁଖ ସ୍ଥାନରେ ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ ଦାବୀରେ ବ୍ରହ୍ମପୁର ସହର ଉପକଣ୍ଠ ପୋକଡିବନ୍ଧ ଛକ ନିକଟରେ ରାସ୍ତାରୋକ ଆନ୍ଦୋଳନ କରିଛି କଂଗ୍ରେସ ।

ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ ଦାବୀରେ ରାସ୍ତାରୋକ ଆନ୍ଦୋଳନ କଲା କ°ଗ୍ରେସ

ଓଡିଶା ପ୍ରଦେଶ କଗ୍ରେସ କମିଟିର ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନରେ ଦଳର ରାଜ୍ୟ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦମାନେ ସାମିଲ ହୋଇଥିଲେ । ଏଥି ସହ ଜିଲ୍ଲାର ପୁଇଁନ୍ତଳା ଠାରୁ ଇଚ୍ଛାପୁର ମଧ୍ୟରେ ଆବଶ୍ୟକ ରହିଥିବା ପ୍ରମୁଖ ସ୍ଥାନରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଓଭରବ୍ରିଜ୍ ଓ ଗଳାଶଙ୍ଖର ବ୍ୟବସ୍ଥା ତୁରନ୍ତ ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଦାବୀ କରାଯାଇଛି ।

ସେପଟେ ଏହି ରାସ୍ତାରୋକ ଆନ୍ଦୋଳନ ସମୟରେ କଂଗ୍ରେସ କମିଟିର ମୁଖପାତ୍ର ଅମୀୟ ପାଣ୍ଡବ , ଭୁବନେଶ୍ବର କଂଗ୍ରେସ କମିଟିର ବିଶ୍ବଜିତ ଦାଶ , ବ୍ରହ୍ମପୁରର ବରିଷ୍ଠ କଂଗ୍ରେସ ନେତା ପିତବାସ ପଣ୍ଡା , ଭୋକାଲି ସେଠୀଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଦାବୀ ପ୍ରତି ଗୁରୁତ୍ବ ଦେଉନଥିବା ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନୀ ହେଉଥିବାରୁ ସାଧାରଣ ଜନତାଙ୍କ ଏହି ଦାବୀ ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି । ଏହା ଛଡା ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ଗାଡି ମୋଟର ଅଟକି ରହିଥିଲା । ଏନେଇ ଆନ୍ଦୋଳନରତ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.