ETV Bharat / city

ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ: ମାଲକାନଗିରି ପୁଅକୁ ସ୍ବାଗତ କଲା ବ୍ରହ୍ମପୁର - ଅଷ୍ଟ୍ରେଲିଆର ସୋମଆ ଏପିଆ

ଭକ୍ତରାମ ଅଷ୍ଟ୍ରେଲିଆର ସୋମଆ ଏପିଆରେ ଅନୁଷ୍ଠିତ ହୋଇଥିବା ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାରେ ୪୯ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଆଉ ବ୍ରହ୍ମପୁର କ୍ରୀଡା ଛାତ୍ରାବାସର ଛାତ୍ର ଭକ୍ତରାମ ଦେସ୍ତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ବ୍ରହ୍ମପୁରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 4, 2019, 6:06 AM IST

ବ୍ରହ୍ମପୁର: କଥାରେ ଅଛି ଇଚ୍ଛା ଥିଲେ ସବୁକିଛି ସମ୍ଭବ ହୋଇଥାଏ । ଆଉ ଏହାକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଭକ୍ତରାମ ଦୋସ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଭକ୍ତରାମ ଅଷ୍ଟ୍ରେଲିଆର ସୋମଆ ଏପିଆରେ ଅନୁଷ୍ଠିତ ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାରେ ୪୯ କିଲୋଗ୍ରାମ କେଟୋଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଆଉ ବ୍ରହ୍ମପୁର କ୍ରୀଡା ଛାତ୍ରାବାସର ଛାତ୍ର ଭକ୍ତରାମ ଦେସ୍ତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ବ୍ରହ୍ମପୁରବାସୀ ।

ବ୍ରହ୍ମପୁରକୁ ଫେରିଥିବା ଭକ୍ତରାମଙ୍କୁ ସ୍ଥାନୀୟ ରେଳଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ସହ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ଅନ୍ୟପଟେ ଛାତ୍ରାବାସରେ ପହଞ୍ଚିବା ପରେ ମାଲକାନଗିରର ଭକ୍ତରାମ ନିଜର କୋଚ ସୀତା ଜେନାଙ୍କ ଉପସ୍ଥିତିରେ ପୁଣି ଥରେ ଆରମ୍ଭ କରି ଦେଇଛନ୍ତି ନିଜର ଅଭ୍ୟାସ । ବ୍ରହ୍ମପୁରରେ ପହଞ୍ଚିଥିବା ଭକ୍ତରାମଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି । ତେବେ ଆସନ୍ତୁ ଶୁଣିବା ଏନେଇ ସେ କଣ କହିଛନ୍ତି...

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

ଗଡ଼ସେ ମୁରଦାବାଦ କହିବାକୁ ବିଜେପିର ପଛଘୁଞ୍ଚା 

ଭୁବନେଶ୍ୱର () ପୁଣି ଗୃହରେ ନଥୁରାମ ଗଡ଼ସେକ ତାତି। କଂଗ୍ରେସ ବିଜେପି ମୁହାଁମୁହିଁ। ଗତକାଲି ବିରୋଧୀଦଳ ନେତାଙ୍କ ବକ୍ତବ୍ୟକୁ ଆଧାର କରି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ, କଂଗ୍ରେସ ବନ୍ଦେ ମାତାରମ କି ଭାରତ ମାତାକି ଜୟ କହିବାକୁ କେବେ କିଣ୍ଠାବୋଧ କରିନାହିଁ । କିନ୍ତୁ କାହାକୁ ଏହା କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ବିଜେପି ସଦସ୍ୟ ମହାତ୍ମା ଗାନ୍ଧୀଙ୍କ  ଯିଏ ହତ୍ୟାକାରୀ ନାଥରମ ଗଡ଼ସେ ତାଙ୍କୁ ମୁରଦବାଦ କହିବେ ତ। ବିଜେପିର କିଛି ନେତା ନଥୁରାମ ଗଡ଼ସେକକୁ ଦେଶ ପ୍ରେମୀ କହୁଛନ୍ତି। କିଛି ଲୋକ ଭଗବାନ କହି ମନ୍ଦିର କରୁଛନ୍ତି। ଏହି ପ୍ରସଙ୍ଗ ନରସିଂହ ମିଶ୍ର ଉଠେଇବା ବେଳେ  ବିଜେପି ସଦସ୍ୟମାନେ ବିରୋଧ କରିଥିଲେ। ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି  ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି । ରାଜନୀତି କରୁଛନ୍ତି। ବିଜେପି ରାଜି ଅଛି ଗଡ଼ସେକ ମୁରଦବଡ଼ କବିବାକୁ ବୋଲି ନିଜ ଆସନରେ ବସି ବିଜେପିର କିଛି ବିଧାୟକ କହୁଥିଲେ । 

ହେଲେ ନରସିଂହ ମିଶ୍ରଙ୍କୁ କଡା ଜବାବ ଦେବା ବେଳେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ ଗଡ଼ସେ ମୁରଦାବାଦ ବୋଲି କହିଲେ ନାହିଁ।  ସେ କହିଥିଲେ ଯେ, ପ୍ରଣବ ମୁଖାର୍ଜୀଙ୍କ ଭଲି ନେତା ଆରଏସଏସ କର୍ମୀଙ୍କୁ ଦିଗଦର୍ଶନ ଦେବା ପାଇଁ ସଙ୍ଘ କାର୍ଯ୍ୟାଳୟ ନାଗପୁର ଯାଇଥିଲେ। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିଲା। କଂଗ୍ରେସ ନା ନନେଇ ନରସିଂହଙ୍କ ଆଡକୁ ଇଙ୍ଗିତ କରିଥିଲେ ବିଷ୍ଣୁ। ସେ କହିଥିଲେ ମହାତ୍ମା ଗାନ୍ଧୀ ମଧ୍ୟ ଆରଏସଏସ କ୍ୟାମ୍ପକୁ ଯାଇ ସାମାଜିକ ସମାରସଜା ଦେଖି ମୁଗ୍ଧ ହୋଇ ଫେରିଥିଲେ।  ଦେଶ ବିଭାଜନ ବେଳେ ନୂଆଖଳିରେ ବସି ଗାନ୍ଧୀ କାହିଁକି କାନ୍ଦୁଥିଲେ ବୋଲି ପ୍ରଶ୍ନ ଛଳରେ କଂଗ୍ରେସକୁ ତୀର ମାରିଥିଲେ ବିଜେପି ଉପନେତା। 

ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବାଇଟ - ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.